ଅପରାଧ

କୋଟାରେ ଥମୁନି ଆତ୍ମହତ୍ୟା, ୭ ବର୍ଷରେ ୭୩: ପୁଣି ଜଣେ ଛାତ୍ରୀ ଜୀବନ ହାରିଲେ – Kalinga News

[ad_1]

୨୦୨୩ରେ ସର୍ବାଧିକ ୨୬ ଜଣ ଆତ୍ମହତ୍ୟା କରିଥିଲେ

କୋଟା: ‘ମମ୍ମି ପାପା, ମୁଁ ଜେଇ ପରୀକ୍ଷା ଦେଇପାରିବି ନାହିଁ। ତେଣୁ ମୁଁ ଆତ୍ମହତ୍ୟା କରୁଛି। ମୁଁ ବିଫଳ ହୋଇଛି। ମୁଁ ଆପଣଙ୍କର ସବୁଠୁ ଖରାପ ଝିଅ। ସରି, ମମ୍ମି ପାପା। ମୋ ପାଇଁ ଏହା ହିଁ ହେଉଛି ଶେଷ ବିକଳ୍ପ। ଏହା ହେଉଛି ଏକ ସୁଇସାଇଡ୍ ନୋଟ୍। ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ବାପା ମା’ଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ଲେଖିଛନ୍ତି। ଖବରଟି ହେଉଛି ରାଜସ୍ଥାନରେ କୋଚିଂ କେନ୍ଦ୍ର ପାଇଁ ଚର୍ଚ୍ଚାରେ ଥିବ‌ା କୋଟାର। ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି ପାଇଁ କୋଟାରେ ଅନେକ କୋଚିଂ କେନ୍ଦ୍ର ରହିଛି। ଏଠାରେ ନାମ ଲେଖାଇ ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଉଥିବା କମ୍ ବୟସର ଅନେକ ପିଲା ଅତ୍ୟଧିକ ଚାପ ଯୋଗୁଁ ଆତ୍ମହତ୍ୟା କରୁଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିବା ସହିତ ପିଲାମାନଙ୍କ ସୁରକ୍ଷା ଲାଗି ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ କୋଚିଂ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ଆତ୍ମହତ୍ୟା ଥମିବାର ନାଁ ଧରୁନି।

ମିଳିଥିବା ସୂଚନା ଅନୁଯ‌ାୟୀ ଗତକାଲି ନିହାରିକା ସିଂହ (୧୮) ନାମକ ଏହି ଛାତ୍ରୀ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କ ସହିତ ଘରେ ରହି ଜେଇଇ ପାଇଁ ପ୍ରସ୍ତୁତି ଚଳାଇଥିଲେ ନିହାରିକା। ଗତକାଲି ତାଙ୍କର ମୃତଦେହ ଘର ଭିତରେ‌ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସେଠାରୁ ଏହି ସୁଇସାଇଡ୍ ନୋଟ୍ ମିଳିଛି। ଯାହା ଜଣାପଡ଼ୁଛି ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନିହାରିକା ଜେଇଇ ପାଇଁ ଭୀଷଣ ଚାପରେ ଥିଲେ। ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏହାପରେ ହିଁ ମୃତ୍ୟୁର କାରଣ ଏବଂ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନିହାରିକାଙ୍କ ଜଣେ ସଂପର୍କୀୟ କହିଛନ୍ତି, ସେ ଜଣେ ଭଲ ଛାତ୍ରୀ ଥିଲେ ଏବଂ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ଜେଇଇ ସହିତ ଆଉ ଥରେ ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେବାଲାଗି ନିହାରିକା ପ୍ରସ୍ତୁତି ଚଳାଇଥିଲେ। ଜଣେ ମେଧାବୀ ଛାତ୍ରୀ ଏଭଳି ଆତ୍ମହତ୍ୟା କରିବେ ବୋଲି ବିଶ୍ବାସ ହେଉନି। ଜାନୁଆରି ମାସରେ ଏହା ହେଉଛି କୋଟାରେ ଦ୍ବିତୀୟ ଆତ୍ମହତ୍ୟା। ଏହାପୂର୍ବରୁ ଗତ ୨୩ ତାରିଖରେ ଉତ୍ତର ପ୍ରଦେଶ ମୋରାଦାବାଦର ଛାତ୍ର ମହମ୍ମଦ ଜୈଦ୍ (୧୯) ଆତ୍ମହତ୍ୟା କରିଥିଲେ। ନିଟ୍ ପରୀକ୍ଷା ଲାଗି ‌ସେ କୋଟାରେ କୋଚିଂ ନେଉଥିଲେ। ହଷ୍ଟେଲରେ ରହି ସେ ପ୍ରସ୍ତୁତି ଚଳାଇଥିଲେ। ସେ ମଧ୍ୟ ଅତ୍ୟଧିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ୭୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। କେବଳ ‌ଗତବର୍ଷ କୋଟାରେ ସର୍ବାଧିକ ୨୬ ଜଣ ଆତ୍ମହତ୍ୟା କରିଥିଲେ। ୨୦୧୭ରେ ୧୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ୧୨ ଜଣ, ୨୦୧୯ରେ ୮ , ୨୦୨୦ରେ ୪, ୨୦୨୧ରେ ଜଣେ ଆତ୍ମହତ୍ୟା କରିଥିଲେ। ୨୦୧୯ରୁ ଆତ୍ମହତ୍ୟା ସଂଖ୍ୟା କମିଥିଲେ ମଧ୍ୟ ୨୦୨୨ରୁ ପୁଣି ବୃଦ୍ଧି ପାଇଛି। ୨୦୨୨ରେ ୧୫ ଜଣ ଆତ୍ମହତ୍ୟା କରିଥିଲେ। ନିଟ୍ ଓ ଜେଇଇ ପାଇଁ ଦେଶର ବିଭିନ୍ନ ଭାଗରୁ ବର୍ଷକୁ ୨ ଲକ୍ଷ ଛାତ୍ରଛାତ୍ରୀ କୋଟା ଆସି ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଉଛନ୍ତି। ଅତ୍ୟଧିକ ଚାପ ଯୋଗୁଁ ଅନେକ ପିଲା ଆତ୍ମହତ୍ୟା କରୁଥିବା ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button