ଅପରାଧ

କ୍ୟାଡବରି ଡେରି ମିଲ୍କ ପରେ କେଲୋଗ୍ଗ ଚକୋସରୁ ବାହାରିଲା ପୋକ – Kalinga News

[ad_1]

ନୂଆଦିଲ୍ଲୀ: ଚକଲେଟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। ନିକଟରେ ଜଣେ ଗ୍ରାହକ କ୍ୟାଡବରି ଡେରି ମିଲ୍କ ଚକଲେଟରୁ ପୋକ ବାହାରୁଥିବାର ଫଟୋ ସେୟାର କରିଥିଲେ। ଏମିତି ଏକ ସମାନ ଘଟଣା ପୁଣି ସାମ୍ନାକୁ ଆସିଛି । ଖାଉଥିବା ବେଳେ କେଲୋଗ୍ଗ ଚକୋସ ଭିତରୁ ପୋକ ବାହାରିଥିବା ଗ୍ରାହକ ଅଭି‌ଯୋଗ କରିଛନ୍ତି।

କମମେଣ୍ଟୱାଲା୬୯ ଆକାଉଣ୍ଟରେ କେଲୋଗ୍ଗ ଚକୋସରୁ ପୋକ ବାହାରିବା ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି  କେଲୋଗ୍ଗ ଚକୋସର ଏକ ଖଣ୍ଡକୁ ଧରିଛନ୍ତି। ସେଥିରେ କିଛି ଧଳାରଙ୍ଗର ଦାନାଦାନା ଭଳି ଥିବା ଦେଖିବାକୁ ମିଳୁଛି। ଯେମିତି ବ୍ୟକ୍ତି ଜଣକ ଉକ୍ତ ଚକୋସକୁ ପାଣିରେ ପକାଇ ଦେଉଛନ୍ତି ସେଥିରେ ପୋକ ଚାଲୁଥିବା  ନଜର ଆସୁଛି।

ଭିଡିଓ ଥମ୍ବନେଲରେ ଯେଉଁ ପ୍ୟାକେଟ ଦେଖିବାକୁ ମିଳୁଛି ସେଥିରେ ୨୦୨୪ ମାର୍ଚ୍ଚ ୭ ଏକ୍ସପାୟରି ତାରିଖ ରହିଛି।  ଏହି ପୋଷ୍ଟ ଭାଇରାଲ ହେବାପରେ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ‘ଆମେ ଭଲ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଚକୋସ ତିଆରି କରିଥାଉ। ତଥାପି ଆପଣଙ୍କ ସହିତ ଯେଉଁ ଘଟଣା ଘଟିଛି ସେଥିପାଇଁ ଆମେ  ଦୁଃଖୀତ । ଘଟଣାର ଯାଞ୍ଚ କରୁଛୁ।’

କିଛିଦିନ ତଳେ ହାଇଦ୍ରାବାଦର ଜଣେ ବ୍ୟକ୍ତି ସହରର ମେଟ୍ରୋ ଷ୍ଟେସନରୁ ଏକ କ୍ୟାଡବରି ଡେରି ମିଲ୍କ ଚକଲେଟ କିଣିଥିଲେ। ଖାଇବାକୁ ଯାଉଥିବା ବେଳେ ଏଥିରେ ସେ ପୋକ ବାହାରିଥିବା ନେଇ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ରବିନ୍ ଜୈଚିୟସ ଏକ ଭିଡିଓ ସେୟାର କରି ଲେଖିଥିଲେ, ଆଜି ରତ୍ନଦୀପ ମେଟ୍ରୋ ଅମିରପେଟରୁ ମୁଁ କ୍ୟାଡବିରି ଚକଲେଟ କିଣିଥିଲି। ଏହାକୁ ଖାଇବାକୁ ଯାଉଥିବା ବେଳେ ଏଥିରେ ପୋକ ଚ‌ାଲୁଥିବା ମୁଁ ଦେଖିବାକୁ ପାଇଥିଲି।ତାରିଖ ସମାପ୍ତ ହୋଇଯାଉଥିବା ସମାଗ୍ରୀଗୁଡିକ ଯାଞ୍ଚ କରାଯାଉଛି ତ? ସ୍ୱାସ୍ଥ୍ୟ ପାଇଁ ଏହା କେତେ ବିପଜ୍ଜନକ ଅଟେ ତାହା ଜାଣିଛନ୍ତି କି ।  ଏଥିପାଇଁ କିଏ ଦାୟୀ ହେବ?

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button