ଅପରାଧ

ଆକ୍ରମଣରେ ପୁଲିସ କନେଷ୍ଟବଳ ଆହତ: ଅଭିଯୁକ୍ତ ଭଣଜା ଓ ମାମୁ ଥାନାରୁ ଚମ୍ପଟ – Kalinga News

[ad_1]

ନନ୍ଦପୁର: ଅଭିଯୁକ୍ତ ଭଣଜା ଓ ମାମୁ ଥାନା ଭିତରୁ ଚମ୍ପଟ ମାରିବା ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସକୁ ଅକଳରେ ପକାଇଛି। ଭଣଜା ଚକମା ଦେଇ ଖସିଯାଇଥିଲା ବେଳେ ମାମୁ ଜଣେ ପୁଲିସ ‌କନେଷ୍ଟବଳଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଯଦିଓ ଉଭୟଙ୍କ ସନ୍ଧାନ ଚାଲିଛି, କିନ୍ତୁ କୌଣସି ଖୋଜଖବର ମିଳୁନଥିବାରୁ ପୁଲିସ ନାକେଦମ ହୋଇସାରିଲାଣି। ସମୟ ଯେତିକି ଗଡ଼ୁଛି, ପୁଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସେତିକି ପ୍ରଶ୍ନ ଉଠିବାରେ ଲାଗିଛି।

ସୂଚନା ଅନୁଯାୟୀ, ନନ୍ଦପୁର ଦଳିତ ସାହିର ଉମେଶ ଗୁଣ୍ଠା କିଛି ଦିନ ତଳେ ଖିଳୁଆ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା। ଅଭିଯୁକ୍ତ ବିବାହିତ ଏବଂ ନାବାଳିକାଙ୍କୁ ଦ୍ବିତୀୟ ବିବାହ କରିବାକୁ ଅପହରଣ କରିଥିବା କୁହାଯାଉଛି। ଏ ନେଇ ନାବାଳିକାଙ୍କ ବାପା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଉମେଶକୁ ପୁଲିସ ଥାନାକୁ ଆଣି ପଚରାଉଚୁରା ଆରମ୍ଭ କରିଥିଲା। ତେବେ ଥାନାର ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଉମେଶ ଚକ୍‌ମା ଦେଇ ଥାନାରୁ ଫେରାର ହୋଇଯାଇଥିଲା। ଏହାପରେ ଖୋଜାଖୋଜି ଆରମ୍ଭ କରିବାରୁ ଅଭିଯୁକ୍ତ ଉମେଶକୁ ପତ୍ରପଣ୍ଡି ଗାଁରେ ରହୁଥିବା ମାମୁ ଏସ୍‌.କେ ସାଇନ୍‌ ଆଶ୍ରୟ ଦେଇଥିବା ପୁଲିସ ଜାଣିବାକୁ ପାଇଲା। ତେଣୁ ଏସ୍‌.କେ ସାଇନ୍‌କୁ ଥାନାକୁ ଆଣି ଅଟକ ରଖିଥିଲା। ପୁଲିସ କାଳେ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଆଶଙ୍କା କରି ଅଭିଯୁକ୍ତର ମାମୁ ଏସ୍‌.କେ ସାଇନ୍‌ ମଧ୍ୟ ଥାନାରୁ ଚମ୍ପଟ ମାରିବାକୁ ଯୋଜନା କରିଥିଲା। ତେଣୁ ଥାନାର ଗୋଟିଏ ବନ୍ଧୁକରେ କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ଆକ୍ରମଣ କରିଥିଲା। ଭୂଷିତ ଆଘାତ ପାଇ ତଳେ ପଡ଼ିଯିବାରୁ ଭଣଜା ଭଳି ମାମୁ ମଧ୍ୟ ଥାନାରୁ ଚମ୍ପଟ ମାରିଥିଲା। ଆକ୍ରମଣରେ ଭୂଷିତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମାମୁ ଓ ଭଜଣା ଥାନା ଭିତରୁ ଫେରାର ହୋଇଯିବା ପରେ ଅଜଣା ସ୍ଥାନରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ଉଭୟଙ୍କୁ ଧରିବା ପାଇଁ ପୁଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଉଛି। ସେହିପରି ଥାନା ଭିତରେ ନିଜେ ପୁଲିସ ସୁରକ୍ଷିତ ନୁହେଁ, ଲୋକଙ୍କୁ କେମିତି ସୁରକ୍ଷା ଦେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ତୁରନ୍ତ ଅଭିଯୁକ୍ତ ଭଣଜା ଏବଂ ମାମୁଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ସମ୍ବିତ କୁମାର୍ ମାଝୀ ଓ ଆଇଆଇସି ମମତା କୁମାରୀ ପଣ୍ଡା ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button