ଅପରାଧ

ଫୋନ୍‌ ଟ୍ୟାପିଂ ମାମଲା: ଦୁଇ ଅତିରିକ୍ତ ଏସ୍‌ପି ଗିରଫ – Kalinga News

[ad_1]

ହାଇଦ୍ରାବାଦ: ଫୋନ୍‌ ଟ୍ୟାପିଂ ଏବଂ କେତେକ କମ୍ପ୍ୟୁଟର ସିଷ୍ଟମରୁ ସରକାରୀ ଡାଟା ନଷ୍ଟ କରିବା ମାମଲାରେ ହାଇଦ୍ରାବାଦ ପୁଲିସ ଆଉ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି। ତଦନ୍ତ ବେଳେ ଅତିରିକ୍ତ ଡିସିପି ଥିରୁପାଥନ୍ନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏନ୍‌ ଭୁଜଙ୍ଗା ରାଓଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏହି ଦୁଇ ପୁଲିସ ଅଧିକାରୀ ପୂର୍ବରୁ ଯଥାକ୍ରମେ ସ୍ପେଶାଲ ଇଣ୍ଟେଲିଜେନ୍‌ସ ବ୍ୟୁରୋ ଓ ଗୁଇନ୍ଦା ବିଭାଗରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ହାଇଦ୍ରାବାଦ ପୁଲିସ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ରୁ ଗୁଇନ୍ଦା ତଥ୍ୟ ଚୋରି କରିବା ସହ ପୂର୍ବ ବିଆର୍‌ଏସ୍‌ ଶାସନ ସମୟରେ ଫୋନ୍‌ ଟ୍ୟାପିଂ ଅଭିଯୋଗରେ ଗିରଫ ହୋଇଥିବା ଏସ୍‌ଆଇବିର ନିଲମ୍ବିତ ଡିଏସ୍‌ପି ଡି ପ୍ରଣୀତ ରାଓଙ୍କ ସହ ମିଶିଥିବା ଅଭିଯୋଗ ହୋଇଥିଲା।

ପଚରାଉଚରା ବେଳେ ଦୁଇ ପୁଲିସ ଅଧିକାରୀ ନିଜ ଅଫିସିଆଲ ପଦବୀର ଅପବ୍ୟବହାର କରି ବ୍ୟକ୍ତିଗତ ବ୍ୟକ୍ତିଙ୍କ ଉପରେ ବେଆଇନ ଭାବେ ନଜର ରଖିବା ପାଇଁ ଷଡ଼ଯନ୍ତ୍ର ସମେତ ଅନ୍ୟାନ୍ୟ ଅପରାଧରେ ନିଜ ସମ୍ପୃକ୍ତି ଥିବା ସ୍ୱୀକାର କରିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ଡି ପ୍ରଣୀତ କୁମାର ଓରଫ ପ୍ରଣୀତ ରାଓ, ଡିଏସ୍‌ପି (ନିଲମ୍ବିତ) ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି ଏମନେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରି ପ୍ରମାଣ ଲୋପ କରଥିବା ତଦନ୍ତରୁ ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button