ଜ୍ୟୋତିଷ

ଭୁଲରେ ବି ଏହି ମଙ୍ଗଳସୂତ୍ର ପିନ୍ଧନ୍ତୁ ନାହିଁ, ନଚେତ ଆପଣଙ୍କ ସ୍ଵାମୀର ଜୀବନ ଉପରେ ଆସିବ ବିପଦ

ମଙ୍ଗଳସୂତ୍ରକୁ ବିବାହର ପ୍ରତୀକ ଚିହ୍ନ ଓ ବିବାହିତା ମହିଳାର ବି ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ବିବାହ ପରେ ମହିଳାମାନେ ଏହାକୁ ବିବାହର ପ୍ରତୀକ ରୂପରେ ଧାରଣ କରିଥାନ୍ତି । ମହିଳାମାନେ ଏହାକୁ ନିଜ ଠାରୁ ଅଲଗା ସେତେବେଳେ କରନ୍ତି ଯେତେବେଳେ ତାଙ୍କର ସ୍ଵାମୀ ଏହି ଦୁନିଆକୁ ଛାଡି ଚାଲି ଯାଆନ୍ତି କିମ୍ବା ଦୁଇ ଜଣଙ୍କ ମଧ୍ୟରେ ଛାଡପତ୍ର ହୋଇଯାଏ । ଏମିତି କୁହାଯାଏ କି ମଙ୍ଗଳସୂତ୍ରରେ ଯେଉଁ ହଳଦିଆ ଅଂସ ଥାଏ ତାକୁ ମାତା ପାର୍ବତୀଙ୍କ ଅଂସ କୁହାଯାଏ ଓ ଯେତେବେଳେ କି କଳା ଅଂସ ଭଗବାନ ଶିବଙ୍କ ଅଂସ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ମଙ୍ଗଳସୂତ୍ର ସହ ଜଡିତ କିଛି ବିଶେଷ ତଥ୍ୟ ଦେବୁ । କୌଣସି ବି ବିବାହିତ ମହିଳାକୁ ମଙ୍ଗଳସୂତ୍ର ଓଲାହିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଯେତେବେଳେ ବି କୌଣସି ମହିଳା ଆପଣ ମଙ୍ଗଳସୂତ୍ର ଖୋଲି ଦେଉଛନ୍ତି ତେବେ ସେହି ସମୟରେ ସ୍ଵାମୀ ଉପରେ ସଙ୍କଟ ଆସିଥାଏ ।

ଏମିତିରେ କୁହାଯାଏ କି ମଙ୍ଗଳସୂତ୍ର ସେହି ସମୟରେ ଖୋଲାଯାଇ ଥାଏ ଯେତେବେଳେ ଆପଣଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଏ । ଏମିତିରେ ଶାସ୍ତ୍ରରେ କୁହାଯାଇଛି କି ଯେତେବେଳେ ବି ଆପଣ ମଙ୍ଗଳସୂତ୍ର ବାହାର କରୁଛନ୍ତି ତେବେ ଏହା ପରେ ଆପଣ ଗୋଟିଏ କଳା ସୂତା ଗଲାରେ ପକାନ୍ତୁ । କାରଣ କଳା ସୂତାକୁ ମଙ୍ଗଳସୂତ୍ରର ସୂଚକ ବୋଲି କୁହାଯାଏ ।

କହିଦେଉଛୁ କି ଗୋଟିଏ ବିଧବା ମହିଳା ଓ ଅନ୍ୟ ସ୍ତ୍ରୀର ମଙ୍ଗଳସୂତ୍ରକୁ କେବେ ବି କୌଣସି ମହିଳାଙ୍କୁ ପିନ୍ଧିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ବିଧବା ମହିଳା ଠାରୁ ମଙ୍ଗଳସୂତ୍ର ମାଗି ପିନ୍ଧିବା ଦ୍ଵାରା ସେହି ମହିଳାକୁ ଘୋର ପାପ ଲାଗିଥାଏ । କାରଣ ଏହା ତାଙ୍କ ସ୍ଵାମୀଙ୍କ ଚିହ୍ନ ଅଟେ । ଏମିତିରେ ଆପଣଙ୍କ ସ୍ଵାମୀ ଉପରେ ସଙ୍କଟ ଆସିପାରେ । ଆପଣଙ୍କ ସ୍ଵାମୀଙ୍କ ମୃତ୍ୟୁ ବି ହୋଇପାରେ ।

ସେହିଭଳି କୌଣସି ବି ବିବାହିତା ମହିଳାକୁ ଅନ୍ୟ ମହିଳା ଠାରୁ ମଙ୍ଗଳସୂତ୍ର ମାଗି ପିନ୍ଧିବା ଉଚିତ ନୁହେଁ । ଏହିଭଲି ସ୍ତ୍ରୀଙ୍କ ସ୍ଵାମୀ କେଉଁ ସମୟରେ ବି ବର୍ବାଦ ହୋଇ ପାରନ୍ତି । ମଙ୍ଗଳସୂତ୍ରକୁ ସମସ୍ତଙ୍କ ସାମ୍ନାରେ ଦେଖିବା ଶାସ୍ତ୍ର ଅନୁସାରେ ଘୋର ପାପ ହୋଇଥାଏ । ଏହା ସହିତ କୌଣସି ବି ଅବିବାହିତ ଝିଅକୁ ବିନା କୌଣସି ଅର୍ଥରେ ମଙ୍ଗଳସୂତ୍ର ଧାରଣ କରିବା ଉଚିତ ନୁହେଁ ।

 

ଯଦି ଆପଣଙ୍କର ବିବାହ ହୋଇ ଯାଇଛି ତେବେ ଯାଇ ଆପଣ ମଙ୍ଗଳସୂତ୍ର ଧାରଣ କରି ପାରିବେ । କହିଦେଉଛୁ କି ମଙ୍ଗଳସୂତ୍ରକୁ ମୁଣ୍ଡରେ ଲଗାଇ ଚୁମ୍ବନ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିଥାଏ । ମାତା ପାର୍ବତୀ ଓ ମହାଦେବଙ୍କର ଆଶୀର୍ବାଦ ମିଳିଥାଏ । ଏମିତିରେ ଏହା ସହିତ ସ୍ଵାମୀର ଆୟୁ ବି ବଢିଥାଏ । ମଙ୍ଗଳସୂତ୍ରକୁ କେବେ ବି ମାଟିରେ ପକାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । କୁହାଯାଏ କି ଯେତେବେଳେ ମଙ୍ଗଳସୂତ୍ର ଗଲାରୁ ବାହାରି ତଳେ ପଡିଯାଏ ତେବେ ତାହାର ସ୍ଵାମୀ ସହ ବଡ ଦୁର୍ଘଟଣା ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button