ଗର୍ଭଧାରଣ କେଉଁ ସମୟରେ କରିବା ଉଚିତ? ପ୍ରତ୍ୟକ ସ୍ଵାମୀ-ସ୍ତ୍ରୀ ଏହାକୁ ନିଶ୍ଚୟ ଦେଖନ୍ତୁ
ଆମ ପରମ୍ପରା ରେ କିଛି ନିୟମ ଓ ସଂସ୍କାର ରହିଅଛି ଯାହା ଗର୍ଭ ଧାରଣ ର ସମୟ ନିର୍ଦ୍ଧାରିତ କରିଥାଏ । ଏମିତି କିଛି ସମୟ ମଧ୍ୟ ରହିଛି ଯେଉଁ ସମୟ ରେ ଛୁଆ ଟି ଗୁଣବାନ, ଯୋଗ୍ୟ, ଓ ଯଶଶ୍ଵି ଭାବେ ଜନ୍ମ ନେଇଥାଏ । ତାହେଲେ ସେହି ଦିନ ର କଣ ସେହି ସମୟ ଯେଉଁ ସମୟ ରେ ସନ୍ତାନ ଟିଏ ଜନ୍ମ ହେଲେ ପିତା ମାତା ଙ୍କ ର ସମସ୍ତ ଦୁଃଖ ଦୂର କରିପାରିଥାଏ । ଗର୍ଭଧାରଣ ସଂସ୍କାର କୁ ହିନ୍ଦୁ ଧର୍ମ ରେ ମହତ୍ତ୍ଵ ଦିଆଯାଇଛି । ଆପଣ ଯେମିତି ଗର୍ଭଧାରଣ କରୁଛନ୍ତି ସେହିପରି ଭାବେ ଏହି ନିୟମ କୁ ମାନି ଆପଣ ଗର୍ଭ ଧାରଣ କରିପାରିବେ ।
ସେମିତି ଭାବେ ହିଁ ସନ୍ତାନ ବା ସନ୍ତତି ପ୍ରାପ୍ତ କରିପାରିବେ । ଏହାପାଇଁ ଜରୁରୀ ହେଉଛି ଆମ ପୁରାଣ ରେ ବା ଶାସ୍ତ୍ର ରେ ଦିଆଯାଇଥିବା ଅର୍ଥ କୁ ମାନିବା ଆମ ପରମ୍ପରା । ଗରୁଡ଼ ପୁରାଣ ଅନୁସାରେ ଗର୍ଭଧାରଣ ସେତେବେଳେ କରିବା ଉଚିତ୍ ଯେତେବେଳେ ପତି ଓ ପତ୍ନୀ ଉଭୟ ଙ୍କର ମନ ସ୍ତିର ଥିବା ଦରକାର ବା ସେମାନେ ଦୁହେଁ ଚାହୁଥିବା ଦରକାର ।
ଗର୍ଭଧାରଣ କରିବା ସମୟ ରେ ପତି ଓ ପତ୍ନୀ ଙ୍କର ଭଲ ସ୍ବାସ୍ଥ୍ୟ ଥିବା ଆବଶ୍ୟକ । ଏହାଦ୍ବାରା ପିଲାଟିର ସ୍ମରଣ ଶକ୍ତି ଠିକ ରହିଥାଏ ବା ହୃଷ୍ଟପୃଷ୍ଟ ହୋଇଥାଏ । ଯଦି ପିତା ଓ ମାତା ଙ୍କ ର ଭଲ ସ୍ବାସ୍ଥ୍ୟ ଥିବ ତାହେଲେ ଜନ୍ମ ହେଉଥିବା ପିଲା ର ମଧ୍ୟ ଭଲ ସ୍ବାସ୍ଥ୍ୟ ରହିବ । ମନୁସ୍ମୃତି ରେ ଲେଖା ଅଛି ଯେ ମାସିକ ଧର୍ମ ସମୟ ରେ ସମ୍ବନ୍ଧ କରିବା ଉଚିତ୍ ନୁହେଁ ।
ଏହି ଦିନ ରେ ଦୁହିଁଙ୍କୁ ବ୍ରହ୍ମଚାରୀ ର ଧର୍ମ ପାଳନ କରିବା ଉଚିତ୍ । ପତି କୁ ପତ୍ନୀ ସହ ମର୍ଯ୍ୟାଦା ର ପୁରାଣ ରଖିବା ଉଚିତ୍ । ଋତୁକାଳ ଦ୍ଵାରା ସନ୍ତାନ ପ୍ରାପ୍ତି ର ଲୋଭ ରେ ଶାରୀରିକ ସଂପର୍କ ରଖିବା ଅନୁଚିତ୍ । ଏମିତି କରିବା ଦ୍ଵାରା ଜନ୍ମିତ ଶିଶୁ ଟି ରୋଗୀ ବା ଅଲ୍ବାୟୁ ହୋଇପାରେ । ମାସିକ ଧର୍ମ ର 7 ଦିନ ପରେ ପତି ଆଠ ବା ନଅଦିନ ଦିନ ସମ୍ପର୍କ ରଖିବା ଉଚିତ୍ ।
ଏହି ଦିନ ରେ ଗର୍ଭଧାରଣ କଲେ ପିଲାଟି ଉତ୍ତମ ସନ୍ତାନ ରୂପେ ପରିଗଣିତ ହୋଇପାରେ । ସନ୍ତାନ ଟି ଦୀର୍ଘାୟୁ ସହ ସହ ଭାଗ୍ୟଶାଳୀ ମଧ୍ୟ ହୋଇଥାଏ । 12, 14, 16 ରେ ଗର୍ଭଧାରଣ କରିବାର ଉଚିତ୍ ଦିନ ବୋଲି ମାନଯାଇଥାଏ । ଶାସ୍ତ୍ର ରେ ଅଛି ଯେ ଏହି ଦିନ ରେ ଜନ୍ମ ନେଇଥିବା ସନ୍ତାନ ବୁଦ୍ଧିମାନ , ଜ୍ଞାନ ଶିଳ ହୋଇଥାଏ ।
ଏହି ଦୁଇଜଣ ଙ୍କ ଚନ୍ଦ୍ରମା ବଳବାନ ହେବା ଦରକାର । ସୂର୍ଯ୍ୟ,ମଙ୍ଗଳ,ଗୁରୁ ଙ୍କ ସ୍ଥାନ ଶୁଭ ହୋଇଥାଏ । ଏମାନଙ୍କ ସମ୍ପର୍କ ସମୟରେ ଦୁଇ ଜଣ ଙ୍କ ବିଚାର ଧାର ସକାରାତ୍ମକ ହେବ ଉଚିତ୍ । ଦୁହେଁ ଦୁହିଁଙ୍କୁ ଠିକ୍ ଭାବେ ଭଲ ପାଇବା ଦରକାର । ଭଲ ବିଚାର ଆସିବା ଦରକାର କାରଣ ଏହି ସମୟ ରେ ଯେମିତି ବିଚାର ହୋଇଥାଏ ପିଲାଟି ସେମିତି ବିଚାର ନେଇକି ଜନ୍ମ ହୋଇଥାଏ ।