ସ୍ୱାସ୍ଥ୍ୟ

ପ୍ରେଗ୍ନେନ୍ସି ସମୟରେ ଡେଙ୍ଗୁ ହୋଇଥିଲେ କ’ଣ କରିବା ଉଚିତ୍, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ର୍ତ୍ତମାନ ମୌସୁମୀର ସମୟ ଚାଲିଛି । ତେବେ ବର୍ଷା ଋତୁରେ ଭାଇରାଲ୍ ଜ୍ୱର ଏବଂ ଇନ୍‌ଫେକ୍ସନ୍‌ର ଆଶଙ୍କା ଅଧିକ ରହିଥାଏ । ବିଶେଷକରି, ପ୍ରେଗ୍ନେନ୍ସିରେ ମହିଳାମାନେ ଏହି ଋତୁରେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ । ଏହି ଋତୁରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ଅତି ସାଧାରଣ ହୋଇଥାଏ । ଅନେକ ଥର ପ୍ରେଗ୍ନେନ୍ସି ମହିଳାମାନେ ଏହି ଲକ୍ଷଣକୁ ଅଣଦେଖା କରନ୍ତି ।

ଯାହା ତାଙ୍କ ସ୍ୱାସ୍ଥ୍ୟ ଏବଂ ଶିଶୁ ପାଇଁ ମଧ୍ୟ ଖରାପ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମୟରେ ପ୍ରେଗ୍ନେନ୍ସି ମହିଳାମାନେ କ’ଣ କରିବା ଉଚିତ ଏବଂ କିପରି ନଜ ସ୍ୱାସ୍ଥ୍ୟାର ଯତ୍ନ ନେବା ଉଚିତ ।

ସ୍ୱାସ୍ଥ୍ୟା ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବର୍ଷା ଋତୁରେ ଡେଙ୍ଗୁ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । ପ୍ରେଗ୍ନେନ୍ସିରେ ମହିଳାଙ୍କ ପ୍ରତିରକ୍ଷା ଶକ୍ତି ଦୁର୍ବଳ ହୋଇଥାଏ । ଏଭଳି ପରିସ୍ଥିତିରେ ସେମାନଙ୍କୁ ଡେଙ୍ଗୁ ହେବାର ଆଶଙ୍କା ଅଧିକ ରହିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ପ୍ରେଗ୍ନେନ୍ସିରେ ଡେଙ୍ଗୁ ହୋଇଥିଲେ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ ।

ଏହାର ଲକ୍ଷଣ କ’ଣ ହୋଇପାରେ :
ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରେଗ୍ନେନ୍ସିରେ ଡେଙ୍ଗୁ ସମସ୍ୟା ଅଧିକ ଗୁରୁତର ହୋଇପାରେ । ଏହି କାରଣରୁ, ଗର୍ଭରେ ଥିବା ପିଲା ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ଅତ୍ୟଧିକ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ଜ୍ୱର ହୁଏ । ଏହାର ଇନ୍‌ଫେକ୍ସନ୍‌ ହେତୁ ଅଧିକ ଜ୍ୱର, ଶରୀରରେ ଦୁର୍ବଳତା, ଝାଡ଼ା, ବାନ୍ତି ଭଳି ସମସ୍ୟା ଦେଖାଯାଏ । ଏପରି ପରିସ୍ଥିତିରେ ପ୍ରେଗ୍ନେନ୍ସିରେ ମହିଳାମାନେ ଡେଙ୍ଗୁ ଟେଷ୍ଟ କରିବା ଆବଶ୍ୟକ ।

ଡେଙ୍ଗୁ ହୋଇଥିଲେ କ’ଣ କରିବା ଉଚିତ :
ଯଦି ପ୍ରେଗ୍ନେନ୍ସି ମହିଳାଙ୍କ ମଧ୍ୟରେ ଡେଙ୍ଗୁ ଲକ୍ଷଣ ଦେଖାଯାଏ, ତୁରନ୍ତ ଏହାର ଟେଷ୍ଟ କରିବା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ । ଡେଙ୍ଗୁ ହୋଇଥିବା ସମୟରେ ଯଥାସମ୍ଭବ ବିଶ୍ରାମ ନିଅନ୍ତୁ । ଶରୀର ଡିହାଇଡ୍ରେସନ ନହେବା ପାଇଁ ପ୍ରତିଦିନ ପାଣି, ନଡିଆ ପାଣି ପିଅନ୍ତୁ । ଜ୍ୱର କମାଇବା ପାଇଁ ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ଶରୀରକୁ ଏକ ଓଦା କପଡ଼ାରେ ପୋଛନ୍ତୁ ।

ଏହି ସମୟରେ କଣ କରିବେ ନାହିଁ :
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ପ୍ରେଗ୍ନେନ୍ସି ସମୟରେ ଡେଙ୍ଗୁ ହେଉଛି । ତେବେ ନିଜେ କୌଣସି ପ୍ରକାରର ଔଷଧ ସେବନ କରନ୍ତୁ ନାହିଁ । ଏପରି ଔଷଧ ଆପଣଙ୍କ ପାଇଁ ଏବଂ ଶିଶୁ ପାଇଁ କ୍ଷତିକାରକ ହୋଇପାରେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଡେଙ୍ଗୁ ହୋଇଥିବା ସମୟରେ ଗର୍ଭବତୀ ମହିଳାମାନେ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନକରି ଘରୋଇ ଉପଚାର ଗ୍ରହଣ କରିବା ଉଚିତ୍ ନୁହେଁ । ସେଥିପାଇଁ ଆପଣ ଆବଶ୍ୟକ ଟେଷ୍ଟ କରିବା ଉଚିତ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବା ଉଚିତ୍ । ଏପରି କରିବା ଦ୍ୱାରା ଡେଙ୍ଗୁ ସମୟରେ ପ୍ରେଗ୍ନେନ୍ସି ମହିଳା ଏବଂ ତାଙ୍କ ଶିଶୁ ସୁରକ୍ଷିତ ରିହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button