ମନୋରଞ୍ଜନ

ସାମ୍ନାକୁ ଆସିଲା ଧନୁଷଙ୍କ ଫିଲ୍ମ ‘ରାୟନ’ର ଦ୍ୱିତୀୟ ଦିନ କଲେକ୍ସନ୍‌, ଦର୍ଶକଙ୍କ ଠାରୁ ମିଳୁଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଧନୁଷଙ୍କ ଜବରଦସ୍ତ ଆକ୍ସନ୍ ଫିଲ୍ମ ‘ରାୟନ’ ରିଲିଜ୍‌ ହେବା ଠାରୁ ଚର୍ଚ୍ଚାରେ ରହିଛି । ଅନେକ ଦିନ ହେବ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା । ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସାଉଥ୍‌ ଫିଲ୍ମରେ ଧନୁଷ ପୁଣି ଥରେ ତାଙ୍କ ଦମ୍‌ଦାର ଆକ୍ସନ୍ ଷ୍ଟାଇଲ୍‌ ସହିତ ତାଙ୍କ ପ୍ରଶଂସକଙ୍କ ମନ ଜିତିଛନ୍ତି ।

ଜଣେ ନିର୍ଦ୍ଦେଶକ ଅର୍ଥାତ ମୁଖ୍ୟ ଅଭିନେତା ଭାବରେ ଧନୁଷ ପୁଣି ଥରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛନ୍ତି । ଫିଲ୍ମଟି ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ପାଉଛି । ଏହି ସମୟରେ ଫିଲ୍ମ ‘ରାୟନ’ର ଦ୍ୱିତୀୟ ଦିନର ବକ୍ସ ଅଫିସର କଲେକ୍ସନ୍‌ ମଧ୍ୟ ସାମ୍ନାକୁ ଆସିଛି । ତେବେ ଦ୍ୱିତୀୟ ଦିନରେ ଧନୁଷ ନିଜର ଫିଲ୍ମର ରେକର୍ଡ ଭାଙ୍ଗିଛନ୍ତି ।

ଧନୁଷଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ରାୟନ’ ଦର୍ଶକଙ୍କ ସାମ୍ନାରେ ରୋମାନ୍ସ, ଆକ୍ସନ୍ ଏବଂ ସସପେନ୍ସକୁ ବହୁତ ଭଲ ଭାବରେ ଆଣିଛି । ତେବେ ଫିଲ୍ମଟି ଅଭିନେତାଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ । ସୋସିଆଲ ମିଡିଆରେ ଫିଲ୍ମର ଷ୍ଟୋରି, ଏହାର ସିନ୍‌ ଏବଂ ଏହାର ଷ୍ଟାର କାଷ୍ଟ ଉପରେ ମଧ୍ୟ ଆଲୋଚନା ହେଉଛି । ଫିଲ୍ମ ‘ରାୟନ’ ପ୍ରଥମ ଦିନରେ ଏବଂ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ୍‌ କରିଛି । ଫିଲ୍ମ ‘ରାୟନ’ ପ୍ରଥମ ଦିନରେ ୧୩ କୋଟିରୁ ଅଧିକ ରୋଜଗାର କରିଥିଲା । କିନ୍ତୁ ଦ୍ୱିତୀୟ ଦିନରେ ୧୪ କୋଟିରୁ ଅଧିକ କଲେକ୍ସନ୍‌ କରିଛି । ବର୍ତ୍ତମାନ ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମ ପ୍ରାୟ ୩୦ କୋଟି ଟଙ୍କା ରୋଜଗାର କରିଛି ।

ତେବେ ଧନୁଷ ଦ୍ୱିତୀୟ ଦିନରେ ନିଜ ଫିଲ୍ମର ରେକର୍ଡ ଭାଙ୍ଗିଛନ୍ତି । ତେବେ ଫିଲ୍ମ ‘ରାୟନ୍‌’ ବକ୍ସ ଅଫିସ୍ କଲେକ୍ସନ୍‌ରେ ଫିଲ୍ମ ‘କ୍ୟାପଟେନ୍ ମିଲର୍’ କୁ ପଛରେ ଛାଡିଛି । ଚଳିତ ବର୍ଷ ଜାନୁଆରୀ ୧୨ ରେ ‘କ୍ୟାପଟେନ ମିଲର’ ମୁକ୍ତିଲାଭ କରିଥିଲା । ‘କ୍ୟାପଟେନ ମିଲର’ ଦୁଇ ଦିନରେ ମାତ୍ର ୨୦ କୋଟି ଟଙ୍କା ରୋଜଗାର କରିଥିଲା । ଏପରି ଭାବେ ଧନୁଷ ୨୦୨୪ ରେ ଦୁଇଟି ହିଟ୍ ଫିଲ୍ମ ଦେଇଛନ୍ତି ।

ଧନୁଷଙ୍କ ବ୍ୟତୀତ ଏସ.ଜେ ସୂର୍ଯ୍ୟ, ପ୍ରକାଶ ରାଜ, ସେଲଭାରାଧବନ, ସନ୍ଦୀପ କିଶାନ, କାଲିଦାସ ଜୟରାମ, ଦୁଶାରା ବିଜୟନ, ଅପର୍ଣା ବାଲାମୁରାଲୀ, ବରଲକ୍ଷ୍ମୀ ସାରଥକୁମାର ଏବଂ ସରବନନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତେବେ ଫିଲ୍ମ ‘ରାୟନ୍‌’ର ଷ୍ଟୋରି ଏକ ଗ୍ୟାଙ୍ଗଷ୍ଟର ଉପରେ ଆଧାରିତ । ଏହାର ବିଶେଷ କଥା ହେଉଛି ଏଆର୍ ରହମାନ ଏହି ଫିଲ୍ମ ପାଇଁ ମ୍ୟୁଜିକ୍‌ ଦେଇଛନ୍ତି । ଏବେ ଦେଖିବାରେ ଅଛି ଫିଲ୍ମଟି ଅପ୍‌କମିଂ ଦିନମାନେଙ୍କରେ କେତେ କଲେକ୍ସନ୍‌ କରୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button