ଅପରାଧ

ପର୍ଯ୍ୟଟକଙ୍କୁ ହଇରାଣ କରି ଭିଡିଓ କରୁଥିବା ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି – Kalinga News

[ad_1]

ନୂଆଦିଲ୍ଲୀ: ଜୟପୁରକୁ ସୌନ୍ଦର୍ଯ୍ୟର ଗନ୍ତାଘର ବୋଲି କୁହାଯାଇଥାଏ।  ପ୍ରତିଦିନ ଏଠାକୁ ହଜାରହଜାର ପର୍ଯ୍ୟଟକ ବୁଲିବାକୁ ଅସିଥାଆନ୍ତି। ପର୍ଯ୍ୟଟକମାନେ ଜୟପୁରରୁ ନିଜ ବାସସ୍ଥାନକୁ ଫେରିବା ପ‌ରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବଭାବ ଓ ବ୍ୟବହାରକୁ ଖୁବ ପ୍ରଶଂସା କରିଥାଆନ୍ତି। କିନ୍ତୁ ନିକଟରେ ଜଣେ ଯୁବକ ପର୍ଯ୍ୟଟକଙ୍କ ସହିତ ଯେପରି ବ୍ୟବହାର କରିଛନ୍ତି ତାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି।

ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବକ ୪ଜଣ ପର୍ଯ୍ୟଟକଙ୍କ  ସହିତ ଖରାପ ବ୍ୟବହାର କରୁଛି। ସେ ଉକ୍ତ ୪ଜଣ ପର୍ଯ୍ୟଟକଙ୍କ ଦାମ କେତେ ତାହାକୁ ଜଣାଇ ମଜାକ ଉଡ଼ାଉଛି। ଭିଡ଼ରୁ ସ୍ପଷ୍ଟ ହେଉଛି ଯେ ବିଦେଶୀ ମହିଳା ପର୍ଯ୍ୟଟକମାନେ ଉକ୍ତ ଯୁବକଙ୍କ କଥା କିଛି ବୁଝି ପାରୁ ନାହାନ୍ତି।  ଗୁରୁ ସେମାନଙ୍କ ନୀରିହତାର ଫାଇଦା ଉଠାଇ ଭ୍ୟୁ ପାଇଁ ଏପରି ଭିଡିଓ କରୁଛି।

ଗୁରୁର ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖିଲେ ଜଣାପଡ଼ୁଛି  ସେ ଅନେକଦିନ ହେବ ଜୟପୁର ପର୍ଯ୍ୟଟକଙ୍କୁ ହଇରାଣ କରି ନିଜର ଇନଷ୍ଟାଗ୍ରାମ ପାଇଁ ରିଲ୍ସ ତିଆରି କରୁଛି। ଏଥିସହିତ ସେ ଏମିତି କିଛି ରିଲ୍ସ ବି କରିଛି ‌ଯେଉଁଥିରେ ବାଇକରେ ବିପଦଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖିବା ପରେ ଏକ୍ସରେ ଗୁରୁର ଭିଡିଓ ସେୟାର କରି ଜୟପୁର ପୁଲିସକୁ ଟ୍ୟାଗ କରି ଉକ୍ତ ଯୁବକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ‌

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button