ଗ୍ରାମବାସୀ ସ୍ତ୍ରୀକୁ ଅସଦାଚରଣ କରିବାରୁ ଦୁଇପିଲାଙ୍କୁ ଧରି ଜୀବନ ହାରିଦେଲେ ସ୍ବାମୀ – Kalinga News

[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସ୍ତ୍ରୀ ଅସଦାଚରଣର ଶିକାର ହେବା ଦେଖି ନିଜର ଦୁଇପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପ ଓ ଦୁଇଛୁଆଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଦୁଃଖଦ ଘଟଣା ଶ୍ୟାମଗଢ଼ ଥାନା ଅଧୀନରେ ଥିବା ରୁଢ଼ି ଗ୍ରାମରେ ଘଟିଛି। ଗ୍ରାମର କିଛି ମହିଳା ଓ ପୁରୁଷ ନୈନି ବଞ୍ଜାରା ନାମକ ମହିଳାଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ନୈନିଙ୍କ ସ୍ବାମୀଙ୍କୁ ଶକ୍ତ ଆଘାତ ଲାଗିଥିଲେ। ସେ ଗତ ରବିବାର ପିଲାଙ୍କୁ ବୁଲାଇ ନେଇ ଭଲ ପୋଷାକ କିଣାଇବା ସହିତ ଇଚ୍ଛା ମୁତାବକ ଖାଇବାକୁ ଦେଇଥିଲେ। ଏହାପରେ ଦୁଇ ପିଲାଙ୍କ ସହିତ ନୈନିଙ୍କ ସ୍ବାମୀ ଜୀବନ ହାରି ଦେଇଥିଲେ।
ଜୀବନ ହାରିବା ପୂର୍ବରୁ ନୈନିଙ୍କ ସ୍ବାମୀ ଲେଖି ଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି, ‘ତିନିମାସ ପୂର୍ବରୁ ମୋ ସ୍ତ୍ରୀ ନୈନି ବଞ୍ଜାରାକୁ ରାଜୁ, କାଳୁ, ସୋନୁ, ଗୀତାବାଇ, ନୋଜିବାଇ, ଲିଲାବାଇ, ଗୋବିନ୍ଦ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ। ଏସମସ୍ତ ମୋର ଓ ମୋ ପିଲାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବେ। ତେଣୁ ମୋର ପୁଲିସକୁ ଅନୁରୋଧ ଏସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ।’
ଗ୍ରାମବାସୀଙ୍କ ଅତ୍ୟାଚାର ସହିତ ସ୍ବାମୀ ଓ ଦୁଇପିଲାଙ୍କୁ ହରାଇ ପୀଡ଼ିତ ନୈନି ବଞ୍ଜରା ପାଗଳପ୍ରାୟ ହୋଇଯାଇଛନ୍ତି।
[ad_2]