ଅପରାଧ

ବୋଡେନରେ ଅବକାରୀ ଚଢ଼ାଉ; ୬ଟି ବେଆଇନ ମଦ ମାମଲା ଚିହ୍ନଟ ସହ ୬ ଗିରଫ

ନୂଆପଡା , ତା-୧୯/୧୧
ନୂଆପଡ଼ା ଜିଲ୍ଲା ବୋଡେନ ଅଞ୍ଚଳରେ ଅବକାରୀ ବିଭାଗର ମିଳିତ ଚଢ଼ାଉ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ସମ୍ପର୍କିତ ୬ଟି ମାମଲା ଚିହ୍ନଟ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ବିପୁଳ ପରିମାଣର ଦେଶୀ ମଦ, ଭାରତୀୟ ନିର୍ମିତ ବିଦେଶୀ ମଦ ଓ ବିୟର ଜବତ ହୋଇଛି। ଗିରଫ ଅଭିଯୁକ୍ରମାନଙ୍କୁ ବୋଡେନ‌ସ୍ଥିତ ମାନ୍ୟବର ଜେ ଏମ୍ ଏଫ୍ ସି ଅଦାଲତରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଜେଲ୍ ପଠାଯାଇଛି।

ସୂଚନା ଅନୁସାରେ, ୧୮ ନଭେମ୍ବର ୨୦୨୬ ତାରିଖରେ ନୂଆପଡ଼ା ଅବକାରୀ ବିଭାଗର ଆଇ ସି ଇନ୍ସପେକ୍ଟର ସିଦ୍ଧାନ୍ତ ପାତ୍ର ଏବଂ ନୂଆପଡ଼ା ମୋବାଇଲ୍ ୟୁନିଟ୍ ର ଆଇ ସି ଇନ୍ସପେକ୍ଟର ଅଲେଖ ପୁଟେଲଙ୍କ ଉପସ୍ଥିତିରେ ବୋଡେନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକ ମିଳିତ ଅଭିଯାନ ଚଳାଯାଇଥିଲା। । ଏହି ଚଢ଼ାଉ ସମୟରେ ୬ଟି ମଦ ସମ୍ପର୍କିତ ମାମଲା ଚିହ୍ନଟ ହୋଇଥିଲା।ଚଢ଼ାଉରେ ପାଟଧରା ଅଞ୍ଚଳରୁ ଏକାଧିକ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ମଦ ଜବତ କରାଯାଇଥିବାବେଳେ, ଦରଗାଁ ଓ ଟାଙ୍ଗରୀପଡ଼ା ଅଞ୍ଚଳରୁ ମଧ୍ଯ ମଦ ଜବତ ହୋଇଥିଲା।

ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ମାମଲା ଅନୁସାରେ, ପାଟଧରାର ଭକ୍ତ ଚିନ୍ଦାଙ୍କ ନିକଟରୁ ୧୮ ଲିଟର ଦେଶୀ ମଦ ଜବତ ହୋଇଥିବାବେଳେ, ତୁଲାରାମ ଚିନ୍ଦାଙ୍କ ନିକଟରୁ ୧୯ ଲିଟର ଏବଂ ବିରାଟ ମାଝୀଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିପରି ନୁରପରାଜ ମାଝୀଙ୍କ ନିକଟରୁ ୧୬ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଦରଗାଁ ଅଞ୍ଚଳର ସୁରେନ୍ଦ୍ର ଦଳଙ୍କ ନିକଟରୁ ୧୦ ଲିଟର ଦେଶୀମଦ ଜବତ ହୋଇଥିବାବେଳେ, ଟାଙ୍ଗରୀପଡ଼ାର ଭୁଗୋଲ ନାଗଙ୍କ ନିକଟରୁ ୧୦.୮ ଲିଟର ବିଦେଶୀ ମଦ ଏବଂ ୨୦ ଲିଟର ବିୟର ଜବତ କରାଯାଇଛି।ଏହି ଚଢ଼ାଉରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇ ୬ଟି ପ୍ରୋହିବିସନ୍ ମାମଲା ରୁଜୁ ହୋଇଥିଲା।ପରେ ସମସ୍ତ ଅଭିଯୁକ୍ତଙ୍କୁ ବୋଡେନସ୍ଥିତ ମାନ୍ୟବର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦେଶ କ୍ରମେ ସେମାନଙ୍କୁ ଜେଲ୍ ପଠାଯାଇଥିବା ଅବକାରୀ ବିଭାଗର ଆଇ ସି ସିଦ୍ଧାନ୍ତ ପାତ୍ର ସୂଚନା ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button