ଅପରାଧ

କଇଁଛ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ଉ, ୪ ଗିରଫ – Kalinga News

[ad_1]

ଝରିଗାଁ: କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ ବହୁଳ ପରିମାଣର କଇଁଛ ଚୋରାଚାଲାଣ ହେଉଥିବା ବେଳେ ଆଜି ଝରିଗାଁ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚାରି ଜଣ ଅସାଧୁ କଇଁଛ ବ୍ୟବସାୟୀଙ୍କ ଠାରୁ କଇଁଛ ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଝରିଗାଁ ବନବିଭାଗର ସୂଚନା ପ୍ରକାରେ ଗତକାଲି ରାତ୍ରରେ ଚାରି ଜଣ କଇଁଛ ବ୍ୟବସାୟୀ କଇଁଛ ଚୋରାଚାଲାଣ କରୁଥିବା ନେଇ କୌଣସି ପ୍ରକାରେ ଖବର ପାଇଥିଲା।ଖବର ପାଇ ତୁରନ୍ତ ଝରିଗାଁ ବନ ବିଭାଗ ତରଫରୁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ରାଜୁ ମଣ୍ଡଳ, ଫରେଷ୍ଟ ଗାର୍ଡ ଏମ ବାବାଜୀ ରାଓ ଓ ରମାକାନ୍ତ ସାହୁ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀମାନେ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଛକ ନିକଟରେ ଜଗିଥିଲେ। ସେହି ରାସ୍ତା ଦେଇ ଚାରି ଅସାଧୁ ବ୍ୟବସାୟୀ ରାତ୍ର ସାଢ଼େ ଆଠ ସମୟରେ ସିଜି୦୪ଡିପି ୬୨୪୧ ଏବଂ ଓଡି୦୮ଆର୩୨୬୫ ନମ୍ବର ଥିବା ଦୁଇଟି ବାଇକରେ ବସ୍ତା ଭିତରେ କଇଁଛ ଭର୍ତ୍ତି କରି ଆସୁଥିଲେ। ଦୁଇଟି ବାଇକରେ ଦୁଇଟି ବସ୍ତାରେ କଇଁଛ  ଚୋରାଚାଲାଣ କରୁଥିବା ବେଳେ ବନ ବିଭାଗ ଚଢ଼ଉ କରିଥିଲା।

ଘଟଣାସ୍ଥଳରୁ କଇଁଛଗୁଡ଼ିକୁ ଉଦ୍ଧାର କରିବା ସହ ଚାରି ଜଣ ବ୍ୟବସାୟୀ ଗତମୁଣ୍ଡା ଗ୍ରାମର ଦିଗମ୍ବର ଗୋପାଳ(୨୯), ଧର୍ମୁ ଚାଲାଣ(୪୦), ତ୍ରିଲୋଚନ ଚାଲାଣ(୩୮) ଏବଂ ଗଗନେଶ୍ୱର ନାୟକ(୩୬)ଙ୍କୁ ଗିରଫ କରିଥିଲା। ଚଢ଼ଉ କରି ୧୭୬ଟି କଇଁଛ ଉଦ୍ଧାର କରି ଝରିଗାଁ ବନ ବିଭାଗ ସମସ୍ତ କଇଁଛକୁ ଆଣି ନର୍ସରିରେ ଥିବା କୁଣ୍ଡରେ ରଖିଥିଲେ।ତେବେ ଝରିଗାଁ ବନ ବିଭାଗ ନବରଙ୍ଗପୁର ଜିଲ୍ଲା ଡିଏଫଓଙ୍କ ସହ ଯୋଗାଯୋଗ କରି ପରାମର୍ଶ ଦେବାପରେ କୌଣସି ଏକ ଜଳାଶୟରେ ଛଡ଼ାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button