ଅପରାଧ

ରାଉରକେଲାରେ ନକଲି ବିଦେଶୀ କାରବାର ବେଲଗାମ୍‌, ଚେର ଲମ୍ବିଛି ଝାଡ଼ଖଣ୍ଡ ଓ ଛତିଶଗଡ଼ – Kalinga News

[ad_1]

ନିର୍ବାଚନରେ ମାତିଲେଣି ଚୋରାବେପାରୀ

ରାଉରକେଲା: ଚାଲିଛି ନିର୍ବାଚନ ପ୍ରଚାର। ଏହାର ଭରପୁର ଫାଇଦା ଉଠାଇବାକୁ ମାତିଲେଣି ଚୋରା ମଦବେପାରି। ସ୍ଥାନୀୟ ଥାନା ଓ ଅବକାରୀ ପୁଲିସକୁ ଚକ୍‌ମା ଦେଇ ବେପାରିମାନେ ଚୋରାରେ ଯେତିକି ଅସଲି ବିଦେଶୀ ମଦ ବିକୁଛନ୍ତି, ତା’ର ଦୁଇଗୁଣା ନକଲି ମଦ ସହର ଓ ଏହାର ଆଖାପାଖ ହୋଟେଲକୁ ଚାଲାଣ କରୁଛନ୍ତି। କାଁଭାଁ କେତୋଟି ଜାଗାରେ ଚଢ଼ଉ କରି ଅବକାରୀ ପୁଲିସ ତା’ କାମ ସାରି ଦେଉଛି। ବିଗତ ଦିନରେ ଅବକାରୀ ପୁଲିସ ନକଲି ମଦ ବୋଝେଇ କାର୍‌କୁ ଜବତ କରିଥିଲା। ଏହା ପୂର୍ବରୁ ବିଶ୍ରାର ସ୍କୁଲରେ ନକିଲ ମଦ ତିଆରି କାରଖାନା ଠାବ କରିଥି​ଲା। ସେଠାରୁ ପୁଲିସ ବିପୁଳ ପରିମାଣରେ ନାମିଦାମି କମ୍ପାନୀ ଲୋଗୋଥିବା ନକଲି ମଦ ଜବତ କରିଥିଲା। ନିର୍ବାଚନରେ ମଦ ଆବଶ୍ୟକତା ବେଶି ବଢ଼ିଯାଇଥିବାରୁ ଏହାର ଫାଇଦା ଉଠାଉଛନ୍ତି ବିନା ଲାଇସେନ୍ସରେ ଚାଲିଥିବା ଢ଼ାବା ଓ ହୋଟେଲ ମାଲିକ। ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାନୀୟ ପୁଲିସ କିମ୍ବା ଅବକାରୀ ପୁଲିସ ଏମାନଙ୍କ ବିରୋଧରେ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି। ବିନା ଲାଇସେନ୍ସରେ ଚାଲିଥିବା ଏସବୁ ‌‌ହୋଟେଲ ଓ ଢ଼ାବାରେ ଦିନ ଓ ରାତି ମଦୁଆଙ୍କ ଆଡା ଜମୁଛି।

ଏବେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାରରେ ସାମିଲ ହେଉଥିବା ଯୁବଗୋଷ୍ଠୀଙ୍କୁ ବେଶି ଦେଖିବାକୁ ମିଳୁଛି। କିଛି ହୋଟେଲ ଓ ଢ଼ାବାଗୁଡ଼ିକରେ ବର୍ଷ ବର୍ଷ ଧରି ଚୋରାରେ ମଦ ବିକ୍ରି ହେଉଥିଲେ ହେଁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହେଉଛି। ସହରର ପାନପୋଷ, ସିଭିଲଟାଉନସିପ୍‌ ଅନ୍ତର୍ଗତ ସଞ୍ଜୟ ମାର୍କେଟ ଏରିଆ, ଡେଲିମାର୍କେଟ, ଟ୍ରାଫିକ୍‌ ଗେଟ୍‌, ପାୱାରହାଉସ୍‌ ରୋଡ, ଗଙ୍ଗାଧରପାଲୀ, ନୂଆ ବସ୍‌ଷ୍ଟାଣ୍ଡ, ସେକ୍ଟର-୨୧ ନୟାବଜାର, ଛେଣ୍ଡ କଲୋନି, କଳିଙ୍ଗ ବିହାର ଥିବା ଢ଼ାବା ଓ ହୋଟେଲରେ ମଦ ବିକ୍ରି ହେଉଛି। ସେମିତି ଇସ୍ପାତ ସହରାଞ୍ଚଳ ଆମ୍ବାଗନ୍‌ ମାର୍କେଟ, ସେକ୍ଟର-୧୮, ସେକ୍ଟର-୬ ଏଚ୍‌ ବ୍ଲକ ମାର୍କେଟ, ସେକ୍ଟର-୨ ମାର୍କେଟ, କୋଏଲନଗର, ଝିରପାଣିରେ ପ୍ରାୟ ଅଧିକାଂଶ ହୋଟେଲ ଓ ଢ଼ାବାରେ ବେଆଇନ ମଦ ବିକ୍ରି ହେଉଛି। କିଛି ସ୍ଥାନରେ ନକଲି ବିଦେଶୀ ମଦ ମଧ୍ୟ ବିକ୍ରି ହେଉଛି। ବ୍ଲକଗୁଡ଼ିକରେ ଏହି କାରବାର ବେଶି।

ଗତ ପ୍ରାୟ ବର୍ଷକ ମଧ୍ୟରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନକଲି ମଦ କାରଖାନାକୁ ବନ୍ଦ କରିଛି। ଲକ୍ଷ ଲକ୍ଷ ଟଙ୍କା ନକଲି ବିଦେଶୀ ମଦ ଜବତ କରିବା ସହ ବେପାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଚୋରା ବେପାରିଙ୍କ ଗ୍ୟାଙ୍ଗକୁ ଧରିବାରେ ପୁଲିସ ଅସଫଳ ହୋଇଛି। ଏମାନଙ୍କ ଚେର ଝାଡ଼ଖଣ୍ଡ ଓ ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି। ସେଠାକାର ଚୋରାବେପାରିଙ୍କ ସହାୟତାରେ ନକଲି ବିଦେଶୀ ମଦ ରାଉରକେଲାକୁ ଆସୁଛି। ଯାହାର ଟେର୍‌ ପାଉନି ପୁଲିସ। ନିର୍ବାଚନ ସମୟରେ ଏସବୁ ସ୍ଥାନରେ ନିୟମିତ ବ୍ୟବଧାନରେ ଚଢ଼ଉ କରିବାକୁ ସହରବାସୀ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button