ଅପରାଧ

ତେଲେଙ୍ଗାନାରେ ୩୦ ଲକ୍ଷ ଠକି ଟ୍ରେନ୍‌ରେ ବିହାର ପଳାୟନ କରୁଥିଲେ, ଯାଜପୁରରେ ୨ ଯୁବକ ଗିରଫ – Kalinga News

[ad_1]

କଟକ: ଦୁଇଗୁଣାର ଲୋଭ ଦେଖାଇ ଲୋକଙ୍କୁ ଠକିଥିବା ଅଭିଯୋଗରେ ବିହାରର ଦୁଇ ଜଣ ଯୁବକଙ୍କୁ ରେଳବାଇ ପୁଲିସ ଫୋର୍ସ (ଆରପିଏଫ୍‌) ସହାୟତାରେ ତେଲେଙ୍ଗାନା ପୁଲିସ ରବିବାର ଯାଜପୁର ଯିବାବେଳେ ଟ୍ରେନ୍‌ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମନାରାୟଣ ଯାଦବ (୪୦) ଓ ଏସ୍‌କେ ସିରାଜ (୪୩)।

ପୁଲିସ କହିଛି ତେଲେଙ୍ଗାନାର ନଳଗୋଣ୍ଡା ପୁଲିସ ଅଧୀନ ରାମ ଚେରି ନାମରେ ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲ୍ଲା ମନିହାରୀ ଥାନା ଅଧୀନ ରାମନାରାୟଣ ଯାଦବ ଓ ଏସ୍‌କେ ସିରାଜ ଟଙ୍କା ଡବଲ କରିଦେବାକୁ କହି ୩୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ରାମ ଚେରି ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଏନେଇ ସେ ନଳଗୋଣ୍ଡାର ଏକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୧୨୭/୨୪ରେ ଏକ ମାମଲା ରୁଜୁ କରିଥିଲା। ପୁଲିସ ଅଭିଯୁକ୍ତମାନଙ୍କର ମୋବାଇଲ ଟ୍ରାକିଂ ସମୟରେ ଜାଣିବାକୁ ପାଇଲା ଯେ,  ଦୁଇ ଅଭିଯୁକ୍ତ ଟ୍ରେନ୍‌ ନମ୍ବର ୧୨୭୦୪ ଫାଲକନାମା ଏକ୍ସପ୍ରେସ୍‌ରେ ଯାଉଛନ୍ତି। ଏନେଇ ତେଲେଙ୍ଗାନାର ପୁଲିସ କଟକ ଆରପିଏଫ୍‌କୁ ସୂଚନା ଦେଇଥିଲା।

ତେଲେଙ୍ଗାନା ଆରପିଏଫ୍‌ ସୂଚନା ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଠାବ କରିବା ପାଇଁ ଜାଲ ବିଛାଇଥିଲା। ଏନେଇ ଆରପିଏଫ୍‌ ଯାଜପୁର ଷ୍ଟେସନକୁ ସୂଚନା ଦେଇଥିଲା। ସେହି ସମୟରେ ଟ୍ରେନ୍‌ରେ ଏସ୍‌ଆଇ ବି.ଆର. ରାଓ ଡ୍ୟୁଟିରେ ଥିଲେ। ଆବଶ୍ୟକ ଅଧିକାରୀଙ୍କୁ ନେଇ ସେ କଟକ-ଯାଜପୁର ଷ୍ଟେସନ୍‌ ମଝିରେ ପୂରା ଟ୍ରେନ୍‌ ଭିତରେ ଯାତ୍ରୀମାନଙ୍କୁ ଯାଞ୍ଚ କରିଥିଲେ। ଟ୍ରେନ୍‌ଟି କଟକରୁ ଛାଡ଼ିଲା ପରେ ତଦନ୍ତ ପ୍ରକ୍ରିୟା ଜୋର ଧରିଥିଲା। ଶେଷରେ ୨ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ପାଖରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଯାଜପୁର ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନଳଗୋଣ୍ଡା ଗ୍ରାମାଞ୍ଚଳ ପୁଲିସକୁ ହସ୍ତାନ୍ତର କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button