ରାଜନୀତି

ଭୋଟ୍ ହାର ଖସୁଛି କାହିଁକି? – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ନିର୍ବାଚନ ମଣ୍ଡଳୀରେ ସୋମବାର ମତଦାନ ହୋଇଥିଲା। ଆକଳନ ଅନୁଯାୟୀ ଏହି ପର୍ଯ୍ୟାୟରେ ୬୭.୭୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଏହା ଚୂଡ଼ାନ୍ତ ତଥ୍ୟ ନୁହେଁ। ନିର୍ବାଚନ ଆୟୋଗ କହିଛନ୍ତି ସୋମବାର ରାତି ୧୧ଟା ୪୫ ସୁଦ୍ଧା ୬୭.୨୫ ପ୍ରତିଶତ ମତଦାନ ହୋଇଥିବା ଆପାତତଃ ଜଣାପଡ଼ିଥିବା ବେଳେ ଶୁକ୍ରବାର ସୁଦ୍ଧା ଚୂଡ଼ାନ୍ତ ମତଦାନ ହାର ଘୋଷଣା କରାଯିବ। ମଙ୍ଗଳବାର ସକାଳ ସୁଦ୍ଧା ନିର୍ବାଚନ କମିସନଙ୍କ ମତଦାନ ଆପ୍‌ ଅନୁଯାୟୀ ସାମଗ୍ରିକ ଚତୁର୍ଥ ପର୍ଯ୍ୟାୟ ମତଦାନ ୬୭.୭୧% ଥିଲା, ଯାହା କି ୨୦୧୯ର ସମାନ ଆସନଗୁଡ଼ିକରେ ହୋଇଥିବା ମତଦାନ ହାର (୬୯.୧%) ତୁଳନାରେ ପ୍ରାୟ ଦୁଇ ପ୍ରତିଶତ କମ୍। ସୂଚନାଯୋଗ୍ୟ ଯେ ଜମ୍ମୁ-କାଶ୍ମୀରର ଶ୍ରୀନଗର ଆସନରେ ସୋମବାର ଭୋଟ୍‌ଗ୍ରହଣ ହୋଇଥିବା ବେଳେ ସେଠାରେ ୩୭.୯୮ ପ୍ରତିଶତ ମତଦାନ ହୋଇଛି, ଯାହା କି ୧୯୯୬ ପରଠାରୁ ସର୍ବାଧିକ। ନିର୍ବାଚନ କମିସନ କହିଛନ୍ତି ଯେ ସୋମବାର ମତଦାନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ଟାରେ ମତଦାନ ବନ୍ଦ ରହିଥିଲେ ମଧ୍ୟ ବହୁ ସଂଖ୍ୟକ ଭୋଟର ମତଦାନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ଯେଉଁମାନେ ମତଦାନ କେନ୍ଦ୍ରରେ ପ୍ରବେଶ କରିଥିଲେ ସେମାନଙ୍କୁ ସେହି ସମୟ ପରେ ମଧ୍ୟ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା।

ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୪୪% ମତଦାନ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୭୮.୨୫% ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ମତଦାନ ହୋଇଥିଲେ ମଧ୍ୟ ୨୦୧୯ରେ ଶ୍ରୀନଗରରେ ହୋଇଥିବା ମତଦାନ (୧୪.୩୯%) ତୁଳନାରେ ଏହା ୨୩ ପ୍ରତିଶତରୁ ଅଧିକ। ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଆସନରେ ଯଥାକ୍ରମେ ୫୭.୦୬%, ୬୫.୩୧%, ୭୦.୯୮%, ୫୯.୬୪%, ୭୩.୯୭%, ୬୪.୯୩% ଓ ୫୮.୦୫% ମତଦାନ ହୋଇଛି। ଲୋକସଭା ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟରେ ସମ୍ପୃକ୍ତ ଆସନଗୁଡ଼ିକରେ ୨୦୧୯ ତୁଳନାରେ ମତଦାନ ହ୍ରାସ ପାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button