ରାଜନୀତି

ଭୋଟ ପୂର୍ବରୁ ଜିତିଗଲେ ବିଜେପିର ଏହି ପ୍ରାର୍ଥୀ – Kalinga News

[ad_1]

ସୁରତ : ଦେଶରେ ଲୋକସଭା ନିର୍ବାଚନ ଏଇ ମାତ୍ର ଆରମ୍ଭ ହୋଇଛି । ଫ​​ଳାଫଳ ପାଇଁ ଆମକୁ ଜୁନ ୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହା ସତ୍ତ୍ବେ ବିଜେପି ଏବେଠାରୁ ନିଜର ଖାତା ଖୋଲିସାରିଲାଣି । ଗୁଜରାଟର ସୁରତ ଆସନରୁ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ସୁରଟରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଲେ ମୁକେଶ ଦଲାଲ । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ସମସ୍ତ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଏହାପରେ ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ଖୁବଶୀଘ୍ର ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିବେ। ସୁରଟରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନ ବାତିଲ ହେବାର ଦିନକ ପରେ ସମୀକରଣ ବଦଳିଯାଇଛି। ଶେଷରେ ବିଏସପି ପ୍ରାର୍ଥୀ ପ୍ୟାରେଲାଲ ଭାରତୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ମୁକେଶ ଦଲାଲ ବିଜେପି ରାଜ୍ୟ ମୁଖ୍ୟ ସିଆର ପାଟିଲଙ୍କ ଘନିଷ୍ଠ ଓ ବିଶ୍ବସ୍ତ ବୋଲି ବିବେଚନା କରାଯାଏ । ସୁରଟ ଇତିହାସରେ ଦଲାଲ ହେଉଛନ୍ତି ପ୍ରଥମ ସାଂସଦ ଯିଏ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ। ଏଭଳି ସ୍ଥିତିରେ ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ତାରିଖ ସରିବା ପରେ ମୁକେଶ ଦଲାଲ ବିଜୟୀ ହୋଇଛନ୍ତି। ଗୁଜରାଟର ୨୫ଟି ଲୋକସଭା ଆସନ ପାଇଁ ମେ’ ୭ତାରିଖରେ ମତଦାନ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button