ରାଜନୀତି

ଜଟିଳ ହେଲା ବାଲିକୁଦା-ଏରସମା ବିଜେଡି ରାଜନୀତି: ସାରଦା ପ୍ରାର୍ଥୀ, ରଘୁନନ୍ଦନଙ୍କ ଶିବିର ନିରାଶ – Kalinga News

[ad_1]

ରଘୁନନ୍ଦନଙ୍କ ସହଯୋଗ ଲୋଡ଼ିଲେ ସାରଦା, ୪୦ ହଜାର ବ୍ୟକ୍ତିଗତ ଭୋଟ୍‌ ଥିବା କହିଲେ ରଘୁନନ୍ଦନ

ବାଲିକୁଦା: ଶେଷରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। କାଳିଆ ଯୋଜନାର ଉପଦେ‌ଷ୍ଟା ଥିବା ସାରଦାଙ୍କୁ ଟିକେଟ ଘୋଷଣା ପରେ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ତାହାକୁ ଜୋରଦାର ସ୍ବାଗତ କରାଯାଇଛି। ଅପରପକ୍ଷେ, ବିଧାୟକ ରଘୁନନ୍ଦନ ଦାସଙ୍କ ଶିବିରରେ ନିରାଶର ଛାଇ ଖେଳିଯାଇଛି। ନିଜେ ରଘୁନନ୍ଦନ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରାର୍ଥୀ ଘୋଷଣା ହେବାପରେ ସାରଦା ପ୍ରସନ୍ନ ଜେନା ଦଳର ମୁଖ୍ୟ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ବିଧାୟକ ରଘୁନନ୍ଦନ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ‌େସ କହିଛନ୍ତି, ରଘୁନନ୍ଦନ ଦାସ ହେଉଛନ୍ତି ତାଙ୍କ ବଡ଼ଭାଇ। ୨୦୧୯ ସାଧାରଣ ନିର୍ବାଚନରେ ସେ ସାନଭାଇର ଭୂମିକା ନିର୍ବାହ କରି ରଘୁନନ୍ଦନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ବଡ଼ଭାଇ ହିସାବରେ ରଘୁନନ୍ଦନ ମଧ୍ୟ ତାଙ୍କ ବିଜୟ ପାଇଁ ସମସ୍ତପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ, କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ବର୍ତ୍ତମାନର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁନନ୍ଦନ ଦାସ ଓ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ଏଭଳି ନିଷ୍ପତ୍ତିକୁ ନେଇ ରଘୁନନ୍ଦନ ବି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

ରଘୁନନ୍ଦନଙ୍କ ସହଯୋଗ ଲୋଡ଼ିଲେ ସାରଦା
୪୦ ହଜାର ବ୍ୟକ୍ତିଗତ ଭୋଟ୍‌ ଥିବା କହିଲେ ରଘୁନନ୍ଦନ
ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ

ରଘୁନନ୍ଦନ କହିଛନ୍ତି ଯେ ତାଙ୍କ ଶରୀର ଅସୁସ୍ଥ ସମୟରେ କିଛି ଜିଲ୍ଲାସ୍ତରୀୟ ନେତା ଚକ୍ରାନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କ ସଂପର୍କରେ ମିଛ ରିପୋର୍ଟ ପ୍ରଦାନ କରିଥିଲେ। ସେ ଅସୁସ୍ଥ ଅଛନ୍ତି ବୋଲି ଦର୍ଶାଇ ତାଙ୍କୁ ଟିକେଟରୁ ବାଦ୍‌ଦେବାକୁ ଯୋଜନା କରିଥିଲେ। ସେ କିଡ୍‌ନି ପ୍ରତିରୋପଣ ପାଇଁ ରାଜ୍ୟବାହାରେ ଥିବା ସମୟରେ କିଛି ଅଣରାଜନୈତିକବ୍ୟକ୍ତି ତାଙ୍କ ବିରୁଦ୍ଧରେ ପ୍ରଚାର ବି କରିଥିଲେ। ସେହି ଷଡଯନ୍ତ୍ରକାରୀଙ୍କ ଷଡ୍‌ଯନ୍ତ୍ର ସଫଳ ହୋଇଛି। କିନ୍ତୁ ଏବେ ବି ନିର୍ବାଚନମଣ୍ଡଳୀରେ ତାଙ୍କର ବ୍ୟକ୍ତିଗତ ଭୋଟ ୪୦ ହଜାରରୁ ଅଧିକ ଥିବାବେଳେ ତାଙ୍କର ଅନେକ ସମର୍ଥକ ରହିଛନ୍ତି। ସେମାନଙ୍କ ସହ ଆଲୋଚନା କରି ସେ ପରବର୍ତ୍ତୀ ପଦ‌େକ୍ଷପ ଗ୍ରହଣ କରିବେ ବୋଲି କହିଛନ୍ତି। ଅଞ୍ଚଳର ଅନେକ ନିର୍ବାଚିତ ପ୍ରତିନିଧି, ବିଜେଡି କର୍ମୀ ଓ ସମର୍ଥକ ଏବେ ଭୁବନେଶ୍ବରସ୍ଥିତ ବାସଭବନରେ ଭିଡ଼ ଜମାଇଥିବା ବେଳେ ରଘୁନନ୍ଦନ ସେମାନଙ୍କ ସହିତ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରୁଥିବା ଜଣାପଡ଼ିଛି। ଏସଂପର୍କରେ ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର କହିଛନ୍ତି ଯେ ‌ନିଷ୍ପତ୍ତି ପୁନର୍ବିଚାର କରିବାପାଇଁ ଦଳର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button