ଗଞ୍ଜାମ ଜିଲ୍ଲା: ମେଣ୍ଟ ବିଗାଡ଼ିବ ନେତାଙ୍କ ଗଣିତ – Kalinga News

[ad_1]
ଆଶାୟୀ, ଦଳଡିଆଁଙ୍କ ଛାତି ଧଡ଼ଧଡ଼, ଚର୍ଚ୍ଚାରେ ଚାରି ନିର୍ବାଚନମଣ୍ଡଳୀ
ବ୍ରହ୍ମପୁର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଯଦି ସତରେ ପରିଣତ ହୁଏ, ତେବେ ବହୁ ନେତାଙ୍କ ରାଜନୈତିକ କ୍ୟାରିୟର୍ ବଦଳିଯିବ। ଏହାକୁ ନେଇ ଗଞ୍ଜାମ ଜିଲ୍ଲାରେ ଉଭୟ ବିଜେଡି ଓ ବିଜେପି ବିଧାୟକ ଆଶାୟୀ ଓ ଦଳ ବଦଳ କରି ଟିକେଟ୍ ପାଇବା ଆଶାରେ ଥିବା ନେତାଙ୍କ ଛାତି ଧଡ଼ଧଡ଼ ହେଉଛି। ଖୋଲାଖୋଲି କେହି କିଛି କହିପାରୁ ନଥିଲେ ସୁଦ୍ଧା ମନ ଭିତରେ ଆଶା ଓ ଆଶଙ୍କାକୁ ଜାବୁଡ଼ି ଧରି ବସିଛନ୍ତି। ବିଶ୍ବସ୍ତଙ୍କ ସହ ବ୍ୟକ୍ତିଗତ ଆଲୋଚନା ବେଳେ ଆଶଙ୍କାକୁ ପ୍ରକାଶ କରି ମନକୁ ହାଲୁକା ମଧ୍ୟ କରୁଛନ୍ତି। ଯଦି ମେଣ୍ଟ ହୁଏ, ନିଶ୍ଚିତ ଭାବେ ବିଜେପି ତା’ର ସ୍ଥିତି ମଜବୁତ ଥିବା ଆସନକୁ ନିଜ ହାତରେ ରଖିବାକୁ ଚେଷ୍ଟା କରିବ। ଏହାକୁ ଦେଖିଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ଚିକିଟି ଓ ସୋରଡ଼ା ନିର୍ବାଚନମଣ୍ଡଳୀ ବିଜେପି ପାଇଁ ସୁବିଧାଜନକ ସ୍ଥିତିରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୨ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଛତ୍ରପୁର ଓ ରମ୍ଭା ଏନ୍ଏସିକୁ ବିଜେପି ଦଖଲ କରିଥିଲା। ଗଞ୍ଜାମ ଏନ୍ଏସି ସ୍ବାଧୀନ ଅଧ୍ୟକ୍ଷଙ୍କ ହାତରେ ରହିଥିଲା। ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ ବିଜେପି ଅକ୍ତିଆର କରିବା ସହିତ ପାତ୍ରପୁର ବ୍ଲକ୍ ଅଧ୍ୟକ୍ଷ ପଦ ମଧ୍ୟ କବ୍ଜା କରିଥିଲା। ସେପଟେ ସୋରଡ଼ା ନିର୍ବାଚନମଣ୍ଡଳୀର ମଧ୍ୟ ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେପି ଦଖଲ କରିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ୩ଟି ନିର୍ବାଚନମଣ୍ଡଳୀରେ ବିଜେପିର ସ୍ଥିତି କିଛିଟା ଭଲ ରହିଛି। ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାନସଭା ଆସନ ବର୍ତ୍ତମାନ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଜେପି ଏହା ଉପରେ ଆଖି ପକାଇଛି। ଏଣୁ ମେଣ୍ଟ ହେଲେ ବିଜେପି ଏହି ୪ଟି ଆସନ ମଧ୍ୟରୁ ତା’ର ଭାଗ ନେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏଣୁ ମେଣ୍ଟ ହେଲେ ବିଜେପି ଭାଗରେ ଗଞ୍ଜାମ ଜିଲ୍ଲାର କେତେ ବିଧାନସଭା ଆସନ ପଡ଼ିବ ତା’ ଉପରେ ସମସ୍ତଙ୍କ ନଜର।ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରେ ବିଜୟୀ ହୋଇଥିଲା। କେବଳ ସାନଖେମୁଣ୍ଡି ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଥିଲା। ଏବେ ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଯୋଗୁଁ ନିଶ୍ଚିତ ଭାବେ ବିଜେଡି କିଛି ଆସନ ବିଜେପି ପାଇଁ ଛାଡ଼ିବ। ତେବେ ଏହାର ସଂଖ୍ୟା କେତେ ହେବ ତାକୁ ନେଇ ବହୁ ବରିଷ୍ଠ ନେତା ଓ ଆଶାୟୀ ଚିନ୍ତାରେ। ସୁନିଶ୍ଚିତ ବିଜୟ ସମ୍ଭାବନା ରହିଥିବା ବିଧାନସଭା ଆସନକୁ ବିଜେଡି କେବେ ବି ହାତଛଡ଼ା କରିବ ନାହିଁ। ଏଣୁ ଯେଉଁ ଆସନରେ ବିଜେପି ସ୍ଥିତି ଭଲ ରହିଛି ତାକୁ ବିଜେଡି ଛାଡ଼ିଦେବ ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ଛତ୍ରପୁର, ଗୋପାଳପୁର, ଚିକିଟି ଓ ସୋରଡ଼ା କଥା ଉଠୁଛି। ଏହି ନିର୍ବାଚନମଣ୍ଡଳୀ ଯଦି ବିଜେପି ଭାଗରେ ପଡ଼ିବ ତେବେ ବିଜେଡିର ଆଶାୟୀ ଓ ବର୍ତ୍ତମାନର ବିଧାୟକ କ’ଣ କରିବେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେମାନେ ଦଳ କଥା ମାନିବେ ନା ବିଦ୍ରୋହୀ ଭୂମିକାରେ ରହିବେ ତାହା ସମୟ କହିବ। ଏଣୁ ମେଣ୍ଟ ହେଲେ ଗଞ୍ଜାମ ଜିଲ୍ଲାରେ ରାଜନୀତି ଗଣିତ ବିଗିଡ଼ିଯିବା ସମ୍ଭାବନା ରହିଛି।
ଗୋପାଳପୁର ନିର୍ବାଚନମଣ୍ଡଳୀ ଯଦି ବିଜେପି ଭାଗରେ ପଡ଼ୁଛି ତେବେ ଏହାର ସିଧାସଳଖ ପ୍ରଭାବ ବ୍ରହ୍ମପୁର ନିର୍ବାଚନମଣ୍ଡଳୀ ଉପରେ ପଡ଼ିବ। କାରଣ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବର୍ତ୍ତମାନ ଗୋପାଳପୁର ଦାୟିତ୍ବରେ ରହିଛନ୍ତି। ସେ ସେଠାରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଆକଳନ କରାଯାଉଛି। ଯଦି ଗୋପାଳପୁର ଆସନ ବିଜେପି ଭାଗରେ ପଡ଼ିବ ତେବେ ବିକ୍ରମ ପୁଣି ବ୍ରହ୍ମପୁର ମୁହାଁ ହେବେ। ଏଭଳି ସ୍ଥିତିରେ ବ୍ରହ୍ମପୁର ବିଜେଡିରେ ଯେଉଁ ଟିକଟ ଆଶାୟୀ ରହିଛନ୍ତି, ସେମାନେ କ’ଣ କରିବେ ବୋଲି ସବୁଠି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ କଥା ବିଚାରକୁ ନେଲେ, ସେହି ଆସନକୁ ମଧ୍ୟ ମେଣ୍ଟ ଫର୍ମୁଲାରେ ବିଜେଡି ନିଜ ଦଖଲରେ ରଖିବାକୁ ଚେଷ୍ଟା କରିବ। କାରଣ ତାହା କଂଗ୍ରେସ ହାତରେ ରହିଛି। ମେଣ୍ଟ ବୁଝାମଣାରେ ସେହି ଆସନରେ ବିଜେପି ଲଢ଼ିଲେ ମଧ୍ୟ ବିଜେଡି ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି।
[ad_2]




