ମନୋରଞ୍ଜନ

ପାକିସ୍ତାନୀ ଅଭିନେତ୍ରୀଙ୍କ ପ୍ରେମରେ ବାଦଶାହ ! ଭିଡିଓ ଭାରରାଲ ହେବା ପରେ ଆରମ୍ଭ ହେଲା ଚର୍ଚ୍ଚା – Kalinga News

[ad_1]

ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ। ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା। ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବାଦଶାହ ଏହାକୁ କେବଳ ଗୁଜବ ବୋଲି କହିଥିଲେ |

ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିବା ବେଳେ ଏବେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି | ହାନିଆ ଆମିର ସେୟାର କରିଥିବା କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି | ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫଟୋ ଓ ଭିଡିଓରେ ଦୁହେଁ ପରସ୍ପର ସହ ମସ୍ତି କରୁଥିବାର ନଜର ଆସିଛନ୍ତି | ଦୁବାଇରେ ଦୁହେଁ ସମୟ କଟାଉଥିବା ନେଇ ଦେଖାଯାଇଥିବା ବେଳେ ବାଦଶାହ ଏବେ ହାନିଆଙ୍କ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ହେଉଛି | ତେବେ ଦୁହେଁ ଏପର୍ଯ୍ୟନ୍ତ ଏଭଳି ଚର୍ଚ୍ଚାକୁ ନେଇ ମୁହଁ ଖୋଲି ନାହାନ୍ତି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button