ଅପରାଧ

ବଞ୍ଚିଛି ଦାଉଦର ନଂ୧ ଶତ୍ରୁ ! ୯ ବର୍ଷ ପରେ ଆସିଲା ନୂଆ ଫଟୋ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଏକ ନୂଆ ଫଟୋ ସାମନାକୁ ଆସିଛି । ଏଥିରେ ସେ ମାସ୍କ ପିନ୍ଧିଛି ଓ ବେଶ ସୁସ୍ଥ ଦେଖାଯାଉଛି । ଏହି ଫଟୋଟି ଗତ ୯ ବର୍ଷ ମଧ୍ୟରେ ଆସିଥିବା ଛୋଟା ରାଜନର ସବୁଠାରୁ ନୂଆ ଫଟୋ ।

ଛୋଟା ରାଜନର ଏହି ଫଟୋ ଏମିତି ଏକ ସମୟରେ ସାମ୍ନାକୁ ଆସୁଛି ଯେତେବେଳେ ତା ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । କରୋନା ରେ ଛୋଟା ରାଜନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲା । କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମର ଶତ୍ରୁ ଛୋଟା ରାଜନ ୨୦୧୫ରୁ ତିହାର ଜେଲ ନମ୍ବର ୨ରେ ବନ୍ଦୀ ଅଛି। ଏକ ହତ୍ୟା ମାମଲାରେ ସେ ଜେଲରେ ଅଛି । ଏହି ଜେଲ୍ ଅତ୍ୟନ୍ତ କଡ଼ା ସୁରକ୍ଷା ବଳୟ ରେ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛୋଟା ରାଜନର ଏହି ଫଟୋ ୨୦୨୧ କରୋନା ମହାମାରୀ ସମୟର । ଏପ୍ରିଲ ୨୦୨୧ରେ ରାଜନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସଂଦେହ କରାଯାଉଥିଲା ଯେ କରୋନା ସଂକ୍ରମିତ ହୋଇ ସେ ମୃତ୍ୟୁବରଣ କରିଛି । ତେବେ ସରକାରୀଭାବେ ଏ ନେଇ କୌଣସି ଘୋଷଣା କରାଯାଇଥିଲା । ଏବେ ନୂଆ ଫଟୋ ଆସିବା ପରେ ଉକ୍ତ କଳ୍ପନାଜଳ୍ପନା ମିଥ୍ୟା ପ୍ରମାଣିତ ହୋଇଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button