ରାଜନୀତି

ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ: ‘ସଜାଗ ପ୍ରହରୀ ହୁଅ’ – Kalinga News

[ad_1]

ଭୁବନେଶ୍ବର: ୨୦୨୪ ସଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ଛାତ୍ର ଜନତା ଦଳର ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କହିଲେ ଛାତ୍ର ସମାଜ ସବୁବେଳେ ଏକ ସୁସ୍ଥ ସମାଜ ଗଠନର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ଆଗାମୀ ନିର୍ବାଚନରେ ସଙ୍ଗଠନର କର୍ମକର୍ତ୍ତାମାନେ ସଜାଗ ପ୍ରହରୀ ଭାବେ କାର୍ଯ୍ୟ କରିବେ। ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ କହିଲେ ବିଗତ ଦିନରେ ସଙ୍ଗଠନର କର୍ମକର୍ତ୍ତାମାନେ ଦଳୀୟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ଆଗାମୀ ନିର୍ବାଚନରେ ମଧ୍ୟ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବ୍ଲକଠାରୁ ଆରମ୍ଭ କରି ୱାର୍ଡ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବେ। ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବେ। ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରିବା ସହ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବାକୁ କର୍ମକର୍ତ୍ତାମାନଙ୍କୁ କହିଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଯୋଗଦେଇଥିଲେ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଲେ ଆଗାମୀ ସଧାରଣ ନିର୍ବାଚନରେ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ସାରଥୀ ସାଜିବେ। ୨୦୩୬ ମସିହା ବେଳକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ‌ସେତେବେଳକୁ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସଙ୍ଗଠନର ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ରହିବ। ଏଥିପାଇଁ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସଂକଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସାମାଜିକ ଗଣମାଧ୍ୟମରେ କିପରି ଅଧିକ ପ୍ରଚାର ପ୍ରସାର କରିହେବେ ସେଥିପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ବୈଠକରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ଜୋନ୍‌ ସଭାପତିମାନେ ଯୋଗଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button