ଅପରାଧ
୮୨୦ କୋଟିର ବ୍ୟାଙ୍କ ଠକେଇ: ୬୭ ଠିକଣାରେ ସିବିଆଇ ଚଢ଼ଉ – Kalinga News

[ad_1]
ନୂଆଦିଲ୍ଲୀ: ୟୁକୋ ବ୍ୟାଙ୍କରେ ହୋଇଥିବା ୮୨୦ କୋଟି ଟଙ୍କାର ଆଇଏମ୍ପିଏସ୍ ଠକେଇ ଘଟଣାରେ ସିବିଆଇ ପକ୍ଷରୁ ରାଜସ୍ଥାନ ଓ ମହାରାଷ୍ଟ୍ରର ୭ଟି ସହରର ୬୭ଟି ଠିକଣାରେ ଚଢ଼ଉ କରାଯାଇଛି। ଗତବର୍ଷ ନଭେମ୍ବର ୧୦ ଓ ୧୩ରେ ବ୍ୟାଙ୍କ ତରଫରୁ ଏହି ଅଭିଯୋଗ କରାଯାଇଥିଲା। ସାତଟି ଘରୋଇ ବ୍ୟାଙ୍କର ୧୪,୬୦୦ଟି ଖାତାରୁ ଆଇଏମ୍ପିଏସ୍ ଜରିଆରେ ୟୁକୋ ବ୍ୟାଙ୍କର ୪୧,୦୦୦ରୁ ଅଧିକ ଖାତାରେ ଟଙ୍କା ଜମା କରାଯାଇଥିଲା। ନଭେମ୍ବର ୨୧ରେ ସିବିଆଇ ଏନେଇ ଏକ ମାମଲା ରୁଜୁ କରିଥିଲା। ସିବିଆଇ ପକ୍ଷରୁ କୁହାଯାଇଛି ଯେ ୟୁକୋ ବ୍ୟାଙ୍କ ଖାତାଗୁଡ଼ିକରେ ଟଙ୍କା ଜମା ହୋଇଥିଲା। କିନ୍ତୁ ଅନ୍ୟ ବ୍ୟାଙ୍କଗୁଡ଼ିକ ଖାତାରୁ ସେହି ଟଙ୍କା କଟିନଥିଲା। କିଛି ଗ୍ରାହକ ସେହି ଟଙ୍କାକୁ ବିଭିନ୍ନ ବାଟରେ ଉଠାଇଥିଲେ। ଏହି ମାମଲାରେ ଗତବର୍ଷ ଡିସେମ୍ବରରେ ୧୩ ଠିକଣାରେ ଚଢ଼ଉ ହୋଇଥିଲା।
[ad_2]