ଶ୍ୱଶୁର ଘରକୁ ବୁଲି ଆସିଥିଲେ ଯୁବକ; ଶଳାଙ୍କ ହାତରୁ ମାଡ଼ ଖାଇ ଲୁଟର ହେଲେ ଶିକାର, ଅଭିଯୁକ୍ତ ଗିରଫ – Kalinga News

[ad_1]
ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଧନାପାଳ ଗ୍ରାମର ନିଜ ଶ୍ବଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ଆକ୍ରମଣ ଓ ଲୁଟର ଶିକାର ହୋଇଛନ୍ତି ଯୁବକ। ଲୁଟ୍ର ଶିକାର ହୋଇଛନ୍ତି ଶ୍ରୀମାନ ସିଂ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଜିଲ୍ଲାର ବଡ଼ସାହି ଅଞ୍ଚଳର ଶ୍ରୀମାନ ସିଂ ନାମକ ଯୁବକ ନିଜ ଶ୍ବଶୁର ଘର ଧନାପାଳ ଗ୍ରାମକୁ ବୁଲି ଆସିଥିଲେ। ଶ୍ରୀମାନ୍ଙ୍କୁ ସମ୍ପର୍କୀୟ ଶଳା ଶିବ ସିଂ ତାଙ୍କ ସହଯୋଗୀ ସପନ ସିଂ ସହିତ ମିଶି ଶ୍ରୀମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ଡ଼ାକି ନେଇଯାଇଥିଲେ। ଶ୍ରୀମାନ ସେମାନଙ୍କ ସହିତ ଯାଇଥିଲେ।
ତେବେ ଏକ ନିଛାଟିଆ ସ୍ଥାନରେ ଉଭୟେ ମିଶି ଶ୍ରୀମାନଙ୍କୁ ମାଡ଼ ମାରି ହାତଗୋଡ ବାନ୍ଧି ପକାଇ ତାଙ୍କ ମୋବାଇଲ୍ ଓ ପାଖରେ ଥିବା ୫ ହଜାର ଟଙ୍କା ଛଡ଼ାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଏ ସଂକ୍ରାନ୍ତରେ ବୈଶିଙ୍ଗା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ମୂଖ୍ୟ ଅଭିଯୁକ୍ତ ସପନକୁ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଶିବ ଏବେବି ଫେରାର ରହିଛି।
[ad_2]