ଟଙ୍କା ଆଦାୟ କରି ନକଲି ସାମ୍ବାଦିକ ଗିରଫ – Kalinga News

[ad_1]
ସମ୍ବଲପୁର: ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଲୋକଙ୍କୁ ଡରାଉଥିଲା। ପୁଲିସ, ସେଲସ୍ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସର ଭୟ ଦେଖାଇ ଟଙ୍କା ଆଦାୟ କରୁଥିଲା। ବୁର୍ଲା ଥାନା ଚାରପାଲିର ଏକ ଜଳଖିଆ ଦୋକାନରୁ ବଳପୂର୍ବକ ଟଙ୍କା ନେଇ ଶତୁପାଲିର ରୁଦ୍ର ପ୍ରତାପ ହୋତା ନାମକ ଜଣେ ଯୁବକକୁ ବୁର୍ଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବୁର୍ଲା ଥାନା ଚିପିଲିମା ତାରପାଲିରେ ସୁଶାନ୍ତ ପୁଟେଲଙ୍କ ଏକ ଜଳଖିଆ ଦୋକାନ ରହିଛି। ଅଭିଯୁକ୍ତ ରୁଦ୍ର ଗୁରୁବାର ସକାଳ ୯ଟାରେ ଆସି ନିଜକୁ ସାମ୍ବାଦିକର ପରିଚୟ ଦେଇ ଟଙ୍କା ମାଗିଥିଲା। ବାରଣ କରିବାରେ ବଳପୂର୍ବକ ଡ୍ରୟରରୁ ୨ ହଜାର ଟଙ୍କା କାଢ଼ି ନେଇଥିଲା। ଏହା ପୁର୍ବରୁ ବହୁତ ଥର ଧମକାଇ ଟଙ୍କା ନେଇ ଯାଇଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ବୁର୍ଲା ପୁଲିସ କେସ ନଂ ୧୬୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ବେଳେ ଅଭିଯୁକ୍ତ ନିକଟରୁ ଏକ ନକଲି ସାମ୍ବାଦିକ ପରିଚୟ ପତ୍ର ପୁଲିସର ହସ୍ତଗତ ହୋଇଛି। ଏଥି ସହିତ ନଗଦ ୧୫୦୦ ଟଙ୍କା ଓ ଏକ ମୋବାଇଲ ଫୋନକୁ ପୁଲିସ ଜବତ କରିଛି।
[ad_2]




