୧୦୮ ପ୍ୟାକେଟ୍ ଗଞ୍ଜେଇ ଜବତ,୨ ଅଟକ – Kalinga News

[ad_1]
ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରେ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୮ ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ଅବକାରୀ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଅନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରେ ପିକଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପିକଅପ ଭ୍ୟାନର ପିଛା କରାଯାଇ ଜାତୀୟ ରାଜପଥରେ ଅଟକା ଯାଇଥିଲା।
ଭ୍ୟାନ ଭିତରେ ବେଆଇନ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଭ୍ୟାନ୍କୁ ଜବତ କରିବା ସହ ଏଥିରେ ଥିବା ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି । ଏହି ବେଆଇନ ଗଞ୍ଜେଇ କେଉଁଠାରୁ କେଉଁଠି କୁ ଯାଉଥିଲା ତାର ସୂଚନା ମିଳିପାରିନାହିଁ। କେନ୍ଦ୍ରୀୟ ଆବକାରୀ ଗୁଇନ୍ଦା ଅଧିକ ତଦନ୍ତ ଚଳାଇଛି।
[ad_2]