ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲା: ଦୈନିକ ‘ସୂର୍ଯ୍ୟପ୍ରଭା’ ଓ ଠିକାଦାରଙ୍କ ଘରେ ଇଡି ଚଢ଼ଉ – Kalinga News

[ad_1]
ଭୁବନେଶ୍ବର/ଛତ୍ରପୁର: ଚିଟ୍ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ବ ଲିଙ୍କ୍ରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୈନିକ ଖବରକାଗଜ ‘ସୂର୍ଯ୍ୟପ୍ରଭା’ର ମାଲିକ ଓ ଠିକାଦାରଙ୍କ ଘରେ ଚଢ଼ଉ କରିଛି। ଗୁରୁବାର ସକାଳୁ ଇଡିର ଟିମ୍ ଭୁବନେଶ୍ବର ଖାରବେଳନଗର ସ୍ଥିତ ‘ସୂର୍ଯ୍ୟପ୍ରଭା’ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ସମାନ୍ତରାଳ ଭାବେ ଖବରକାଗଜର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା। ସେହିପରି ଛତ୍ରପୁର ବ୍ଲକ୍ର କାଳିଆବାଲି ଛକ ଆଇଆର୍ଇଏଲ୍ ରାସ୍ତାରେ ଥିବା ବ୍ୟବସାୟୀ ତଥା ପରିବହନ ଠିକାଦାର ଅହିଭୂଷଣ ଓରଫ୍ ବାବୁଲିଙ୍କ ଘରେ ଇଡି ଚଢ଼ଉ କରିଛି। ସିଆର୍ପିଏଫ୍ ଘେରାବନ୍ଦି କରି ପୂରାଘରକୁ ଚାରିପଟୁ ସିଲ୍ କରି ଦିଆ ଯାଇଥିଲା। ଇଡି ଟିମ୍ ଦିନତମାମ ଘର ଭିତରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ଚିଟ୍ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ବ ସହିତ ଠିକାଦାରଙ୍କର ଆର୍ଥିକ କାରବାର ଉପରେ ମଧ୍ୟ ଖୋଳତାଡ଼ କରାଯାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଡି ଭୁବନେଶ୍ୱର ଶାଖା ଓ ମୁଖ୍ୟାଳୟ ଦିଲ୍ଲୀରୁ ଆସିଥିବା ଏକ ୮ ଜଣିଆ ଟିମ୍ ଠିକାଦାର ଅହିଭୂଷଣଙ୍କ ଘରେ ଚଢ଼ଉ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଘରେ ରହିଥିଲେ। ଯାଞ୍ଚ ସରିବା ପରେ ଏ ନେଇ କୌଣସି ଅଧିକାରୀ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସୂଚନାନୁଯାୟୀ, ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ମାମଲାରେ ପରିବହନ ଠିକାଦାର ଅହିଭୂଷଣ ଜମିଜମା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣା ଉପରେ କ୍ରାଇମବ୍ରାଞ୍ଚ୍ ମଧ୍ୟ ଖୋଳତାଡ଼ କରିଥିଲା। କିନ୍ତୁ ଆଜିର ଚଢ଼ଉକୁ ନେଇ ଇଡି ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଚଢ଼ଉରେ କ’ଣ ଜବତ କରାଯାଇଛି, ସେ ସମ୍ପର୍କରେ ମଧ୍ୟ ଇଡି କିଛି କହୁନାହିଁ। ପ୍ରକାଶ ଥାଉ କି ଗତ ମାସରେ ଇଡି ଗୋଲଡେନ୍ ଲ୍ୟାଣ୍ଡ୍ ଚିଟ୍ଫଣ୍ଡ ସଂସ୍ଥା ଲିଙ୍କ୍ରେ ବ୍ରହ୍ମପୁର ସହରର ଦୁଇ ବିଲ୍ଡର୍ ଓ ତାଙ୍କ ସଂସ୍ଥାର କାର୍ଯ୍ୟାଳୟ ଓ ଘରେ ଚଢ଼ଉ କରା ଯାଇଥିଲା। ସେହିପରି ଲାଞ୍ଜିପଲ୍ଲୀ, ଗୋପାଳପୁର ଥାନା ଡୁରା ଏବଂ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମରେ ମଧ୍ୟ ଚଢ଼ଉ ହୋଇଥିଲା।
[ad_2]




