ରାଜନୀତି

ସିଏଏ-ଏନଆରସି ଲାଗୁ ହେବାକୁ ଦେବି ନାହିଁ: ଶାହାଙ୍କୁ ସମାଲୋଚନା କଲେ ମମତା – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗୁରୁବାର କହିଛନ୍ତି ରାଜ୍ୟରେ ମୁଁ ସିଏଏ ଏବଂ ଏନଆରସି ଲାଗୁ କରିବାକୁ ଦେବି ନାହିଁ। ମଣିପୁର ହିଂସା ନେଇ ସେ କହିଛନ୍ତି ବିଜେପି ସରକାର ୪୦୦ରୁ ଅଧିକ ଟିମ୍ ପଶ୍ଚିମବଙ୍ଗକୁ ପଠାଇଛନ୍ତି। କିନ୍ତୁ ମଣିପୁର ହିଂସାରେ ବିଜେପି ସରକାର ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି। ମଣିପୁରରେ ଆମର ଭଉଣୀମାନଙ୍କୁ ଜଳାଇ ଦିଆଯାଇଥିଲା। ସେତେବେଳେ କେନ୍ଦ୍ରର ବିଜେପି ସରକାର କେଉଁଠିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

କୋଲକାତାରେ ଟିଏମସି ମହିଳା ୱିଙ୍ଗକୁ ସମ୍ବୋଧିତ କରି ସେ କହିଛନ୍ତି ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ମତୁଆ ସମ୍ପ୍ରଦାୟଙ୍କୁ ଅଲଗା ଅଲଗା କରିବାର ରାଜନୀତିକୁ ପ୍ରଶୟ ଦିଆଯିବ ନାହିଁ। ସେହିପରି ଘୃଣ୍ୟ ରାଜନୀତି ଆଧାରରେ ହିନ୍ଦୁ ଏବଂ ମୁସଲମାନଙ୍କୁ ଅଲଗା ଅଲଗା କରିବାକୁ ସହ୍ୟ କରାଯିବ ନାହିଁ।

ବି‌ଜେପି ସରକାର ଲୋକଙ୍କ ଆଧାର କାର୍ଡ ସହ ଖେଳୁଛନ୍ତି। ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ଶାସକଙ୍କୁ କ୍ଷମତା ଚ୍ୟୁତ କରାଯିବ। ମୁଁ ଏକ ଅଲଗା କାର୍ଡ ଜାରି କରିବା ଯାହା ଲୋକଙ୍କ ଅଧିକାରର ସୁରକ୍ଷା କରିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବ।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁହେବ। ଏହା ଦେଶର ଆଇନ। ଏହାକୁ ଲାଗୁ କରାଯିବାରେ କେହି ରୋକି ପାରିବେ ନାହିଁ। କିନ୍ତୁ ମୁଁ ଏହାକୁ ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବି ନାହିଁ ବୋଲି ମମତା କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭ୍ରାନ୍ତକାରୀ ତଥା ବିଭାଜନକାରୀ ରାଜନୀତିକୁ ଲୋକେ ଆଉ ସହ୍ୟ କରିବେ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button