ଅପରାଧ

ପୂର୍ବତନ ବ୍ଲକ୍‌ ଯୁବ ବିଜେଡି ସଭାପତି ଗିରଫ – Kalinga News

[ad_1]

ତେଲକୋଇ: ତେଲକୋଇ ବ୍ଲକ୍‌ର ପୂର୍ବତନ ଯୁବ ବିଜେଡି ସଭାପତି ନୀଳମଣି ଦେହୁରୀ ଗିରଫ ହୋଇଛନ୍ତି। ଆଜି ତେଲକୋଇ ପୁଲିସ ତାଙ୍କୁ ଧନୁର୍ଜୟପୁର ଛକରୁ ଉଠାଇ ନେଇଛି। ରାଜ୍ୟ ଖଦି ବୋର୍ଡ ସଭାପତି ତଥା ତେଲକୋଇ ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗତ ୧ ତାରିଖରେ ତାଙ୍କୁ ପଦ ଓ ଦଳରୁ ବହିଷ୍କାର କରାଯାଇଥିଲା। ଆଜି ବ୍ଲକ୍‌ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ୱାଳଙ୍କ ଅଭିଯୋଗକ୍ରମେ ପୁଲିସ ଶ୍ରୀ ଦେହୁରୀଙ୍କୁ ଗିରଫ କରିଛି।

ଶ୍ରୀ ଦେହୁରୀଙ୍କ ପତ୍ନୀ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସେବେଠାରୁ ସେ ଦଳର ବରିଷ୍ଠ କର୍ଯ୍ୟକର୍ତ୍ତାଙ୍କ ଉପରେ ଖପା ଥିଲେ। ଗତ ୨୩ ତାରିଖରେ ଦଳର ପର୍ଯ୍ୟବେକ୍ଷକ ଶ୍ରୀ ପାଇକରାୟ ତେଲକୋଇ ଡାକବଙ୍ଗଳାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଶ୍ରୀ ଦେହୁରୀ ପର୍ଯ୍ୟବେକ୍ଷକଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ବ୍ଲକ୍‌ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ୱାଳ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରିଥିଲା। ଆ‌ଜି ଶ୍ରୀ ଦେହୁରୀଙ୍କୁ ଗିରଫ କରାଯାଇଥିଲା। ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀ ଦେହୁରୀ କହିଛନ୍ତି, ପତ୍ନୀଙ୍କ ପରାଜୟର ସମୀକ୍ଷା କରିବାପାଇଁ ସେ ଦାବି କରିବାରୁ ତା‌ଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button