ଅପରାଧ

ପରିବାରର ୪ ଜଣଙ୍କୁ ହତ୍ୟା: ବାପା-ମା, ପୁଅ-ଝିଅ ମୃତ; ରେଳଧାରଣାରେ ଫିଙ୍ଗିଦେଲେ – Kalinga News

[ad_1]

ଜୀବନ ବଞ୍ଚାଇଲା ୧୫ ବର୍ଷର ବଡ଼ଝିଅ, ଡାହାଣୀ ‌ସନ୍ଦେହରୁ ନାରକୀୟ କାଣ୍ଡ!

କୋଇଡ଼ା/ରାଉରକେଲା: ଓଡ଼ିଶା ସୀମାଠାରୁ ମାତ୍ର ୨ କିଲୋମିଟର ଦୂର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ହାଟଗମ୍‌ହାରିଆ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଗଣହତ୍ୟା ସୀମାନ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଗୋଟିଏ ପରିବାରର ଦୁଇ ଶିଶୁଙ୍କୁ ସମେତ ୪ ଜଣଙ୍କୁ ଦୁର୍ବୃତ୍ତମାନେ ହତ୍ୟାକରି ରେଳଲାଇନ ଉପରେ ଫିଙ୍ଗି ଦେଇଛନ୍ତି। ଆଜି ବେଶ୍‌ ଚଳଚଞ୍ଚଳ ଥିଲା ସେଠାକାର ସକାଳ ପରିବେଶ। ହଠାତ୍‌ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ କେନ୍ଦୁପୋଷି ଓ ତଲାବୁରୁ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ଜଣେ ପୁରୁଷ, ଜଣେ ମହିଳା ଓ ୨ ଶିଶୁଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁଇପିଲାଙ୍କ ଶବ ବସ୍ତାରେ ଭର୍ତ୍ତି ହୋଇଥିବାବେଳେ ମହିଳାଙ୍କ ହାତଗୋଡ଼ ବନ୍ଧା ହୋଇଥିଲା। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ କିଛି ଘଣ୍ଟାମଧ୍ୟରେ ସେମାନଙ୍କ ପରିଚୟ ମିଳିଯାଇଥିଲା। ସେମାନେ ହେ‌ଲେ, ହାଟଗହ୍ମାରିଆ ଥାନା ନୁରଡା ଗାଁ ଟୁଙ୍ଗୁବାସା ବସ୍ତିର ବିନୁ ସିଂକୁ, ତାଙ୍କ ପତ୍ନୀ, ୨ ବର୍ଷର ଝିଅ ଓ ୮ ମାସର ପୁଅ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ତାଙ୍କଘରେ ପଶି ପ୍ରଥମେ ଦୁଇ ଶିଶୁଙ୍କୁ ହତ୍ୟା କରି ବସ୍ତାରେ ପୂରାଇବା ପରେ ପତିପତ୍ନୀଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ଏକ ତେନ୍ତୁଳି ଗଛରେ ବାନ୍ଧି ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହାପରେ ମୃତଦେହଗୁଡ଼ିକୁ ଆଣି ନିକଟସ୍ଥ ରେଳଧାରଣାରେ ପକାଇ ଦେଇଥିଲେ। ତେବେ, ବିନୁଙ୍କ ୧୫ ବର୍ଷୀୟା ବଡ଼ଝିଅ ସେଠାରୁ ଖସିଯାଇ କୌଣସିମତେ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ଡାହାଣୀ ସନ୍ଦେହରୁ ଏହି ବର୍ବରକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button