ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଆମ୍ବୁଲାନ୍ସ ଚେରାଇ ହେଲେ ଫେରାର – Kalinga News

[ad_1]
ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଙ୍କ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ବେଳେ ସେ ଆମ୍ବୁଲାନ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉକ୍ତ ରୋଗୀ ଜଣକ ଫେରାର ଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଫେୟରଫ୍ୟାକ୍ସ କାଉଣ୍ଟି ପୁଲିସ ବିଭାଗ ସନ୍ଦିଗ୍ଧଙ୍କ ହସ୍ପିଟାଲ ବାହାରୁ ସିସିଟିଭିରୁ ନେଇଥିବା ଏକ ଫଟୋ ସେୟାର କରି କହିଛନ୍ତି, ‘ଉକ୍ତ ରୋଗୀଙ୍କୁ ହସ୍ପିଟାଲରୁ ଛୁଟି ମିଳି ନଥିଲା। ତାଙ୍କ ହାତରେ ଆଇଭି ଲାଗିଛି। ଚିକିତ୍ସା ଚାଲୁଥିଲା। ସେ ହସ୍ପିଟାଲରୁ ଆମ୍ବୁଲାନ୍ସ ଚେରାଇ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଆମ୍ବୁଲାନ୍ସ ମିଳିଯାଇଥିଲା। କିନ୍ତୁ ରୋଗୀ କେଉଁଆଡେ ଫେରାର ହୋଇଯାଇଛନ୍ତି ତାଙ୍କର କୌଣସି ପ୍ରକାର ସୂଚନା ଏଯାବତ ମିଳିପାରିନାହିଁ।
ଫେରାର ରୋଗୀଙ୍କ ପରିଚୟ ରିକି ଲେବେ ବୟସ ୩୨ବର୍ଷ ହେବ। ତାଙ୍କ ମୁଣ୍ଡରେ କେଶ ନଥିବା ବେଳେ ହାତରେ ଟାଟୁ ବି ଆଙ୍କିଛନ୍ତି। ଉକ୍ତ ରୋଗୀ ଏକ ଦୁର୍ଘଟଣାର ଶିକାର ହେବାପରେ ଅଚେତ ହୋଇପଡ଼ିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିକିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଯେଉଁ ଗାଡ଼ିରେ ରିକିଙ୍କ ଦୁର୍ଘଟଣା ହୋଇଥିଲା ସେଥିରୁ ବନ୍ଧୁକ ଓ ନିଶାଦ୍ରବ୍ୟ ଜବତ ହୋଇଥିଲା। ସନ୍ଦେହ କରାଯାଉଛି କି ସେ ବୋଧ ହୁଏ କୌଣସି ସ୍ଥାନରୁ ଗାଡ଼ି ଚୋରି କରି ଆଣୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।
[ad_2]