ଅପରାଧ

ମହିଳାଙ୍କୁ ୭ ଦିନ ଧରି ଦୁଷ୍କର୍ମ ଓ ନିର୍ଯାତନା, ଅଭିଯୁକ୍ତ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ନୂଆଦିଲ୍ଳୀର ନେବ ସରାଇ ଅଞ୍ଚଳର ରାଜୁ ପାର୍କ ନିକଟସ୍ଥ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି। ୭ ଦିନ ଧରି ମହିଳାଙ୍କୁ ଉକ୍ତ ଘରେ ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାରେ, ଯୁବତୀଙ୍କ ଘର ପଶ୍ଚିମବଙ୍ଗର ଦାର୍ଜିଲିଂ। ସେ ପାରସ (ଅଭିଯୁକ୍ତ) ସହ ଫୋନ୍‌ରେ ପ୍ରଥମେ ସମ୍ପର୍କ ସ୍ଥାପନ କରିଥିଲେ ଓ ତା ସହ ୩-୪ ମାସ ଧରି କଥାବାର୍ତା ହେଉଥିଲେ। ତେବେ ପରବର୍ତୀ ସମୟରେ ଉକ୍ତ ଯୁବତୀଙ୍କୁ ବେଙ୍ଗାଲୁରୁରେ ଜଣକ ଘରେ ଘରୋଇ ସହାୟିକା ଭାବେ ନିଯୁକ୍ତି ମିଳିଥିଲା ଓ ସେଠାକୁ ଯିବାକୁ ସେ ପ୍ରସ୍ତୁତ ହୋଇଥିଲେ। ତେବେ ପାରସ ବେଙ୍ଗାଲୁରୁ ନଯିବାକୁ ପରାମର୍ଶ ଦେବା ସହ ଦିଲ୍ଳୀରେ ତାଙ୍କ ପାଇଁ କାମ ଯୋଗାଡ଼ କରିଦେବାର ପ୍ରତିଶ୍ରୁତି ଦେଇ ଡାକିଥିଲା। ଯୁବତୀଜଣକ ଦିଲ୍ଲୀରେ ପହଞ୍ଚିଥିଲେ।

ଏହାପରେ ଯୁବତୀଙ୍କୁ ପାରସ ନିଜ ଭଡ଼ାଘରେ ବନ୍ଦୀ ରଖି ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରିକି ଦେହରେ ଗରମ ଡାଲି ପକାଇ ଦେଉଥିଲା। ଜାନୁଆରୀ ୩୦ ତାରିଖରେ, ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ମାଡ଼ମାରୁଥିବା ନେଇ ପୁଲିସକୁ ଏକ ଫୋନ୍‌ ଆସିଥିଲା। ଫୋନ୍‌ ସୂଚନା ପରେ ପୁଲିସ ଉକ୍ତ ଘରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଏମ୍‌ସରେ ଭର୍ତି କରିଥିଲେ। ଏମ୍‌ସରେ ଭର୍ତି କରିବା ବେଳେ ଯୁବତୀଙ୍କ ଦେହରେ ୩୦ରୁ ଉର୍ଦ୍ଧ୍ବ କ୍ଷତଚିହ୍ନ ରହିଥିଲା ବୋଲି ପୁଲିସ କହିଛି। ପରେ ଯୁବତୀଙ୍କ ବୟାନ ଭିତ୍ତିରେ ଆଇପିସିର ଧାରା ୩୨୩, ୩୭୬, ୩୭୭ରେ ଏକ ମାମଲା ରୁଜୁ କରିବା ସହ ପାରସକୁ ଫେବ୍ରୁଆରି ୨ ତାରିଖରେ ଗିରଫ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button