ଭୋଜିରେ ଫିଟିଲା ଗୁଳି: ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ, ଜଣେ ମୃତ – Kalinga News
[ad_1]
ଭୋଜିରେ ଫିଟିଲା ଗୁଳି
ରାଉରକେଲା : ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି।ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର ସୂର୍ଯ୍ୟ ସିଂହ। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛି। ଏହି ଘଟଣାରେ ପୁଲିସ ଚାରିଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଛକରେ ମୃତ ସୂର୍ଯ୍ୟ ଓ ତାର କିଛି ସାଙ୍ଗ ମିଶି ଭୋଜିଭାତ କରୁଥିଲେ। ପରିବାରର ପୂର୍ବ କଥାକୁ ନେଇ ସୂର୍ଯ୍ୟ ଓ ତାଙ୍କ ବଡ଼ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ ବଡ଼ଭାଇ ପକେଟ ବନ୍ଧୁକ ବାହାର କରି ସୂର୍ଯ୍ୟକୁ ଗୁଳିଚଳାଇ ଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟର ମୃତ୍ୟୁ ହୋଇ ଯାଇଥିଲା। ଘଟଣା ରାତି ପ୍ରାୟ ସାଢ଼େ ଆଠଟାରେ ହୋଇଥିଲେ ହେଁ, ଦୁଇଘଣ୍ଟା ପରେ ପୁଲିସ ସୂଚନା ପାଇଥିଲା।
[ad_2]