ଖେଳ ଖବର

ଏସୀୟ ବ୍ୟାଡମିଣ୍ଟନ ଫାଇନାଲ୍‌ରେ ଭାରତ – Kalinga News

[ad_1]

ନୂଆଦିଲ୍ଲୀ: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଫାଇନାଲ୍‌ରେ ଭାରତର ମୁକାବିଲା ଥାଇଲାଣ୍ଡ ସହିତ ହେବ। ହଂକଂଙ୍କୁ କ୍ବାର୍ଟରଫାଇନାଲ୍‌ରେ ପରାସ୍ତ କରି ପଦକ ନିଶ୍ଚିତ କରିଥିବା ଭାରତ, ଶନିବାର ଆଉ ପାଦେ ଆଗକୁ ବଢିଥିଲା।ସେମିଫାଇନାଲ୍‌ରେ ଜାପାନ୍‌ଙ୍କୁ ୩-୨ରେ ହରାଇ ଭାରତ ଫାଇନାଲ୍‌ରେ ପହଞ୍ଚିଛି। ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଦୁଇ ଥର (୨୦୧୬ ଓ ୨୦୨୦) କେବଳ କାଂସ୍ୟ ପଦକ ପାଇଥିଲା। ଶନିବାର ଯୁଗଳ ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ସହିତ ପରବର୍ତ୍ତୀ ସମୟରେ ଅସ୍ମିତା ଚାଲିହା ଓ ଅନମୋଲ ଖାର୍ବ ଭାରତ ପାଇଁ ମ୍ୟାଚ୍‌ ଜିତିଥିଲେ। ପ୍ରତ୍ୟାବର୍ତ୍ତନ ପରେ ଲଗାତାର ମ୍ୟାଚ୍‌ ଜିତି ଆସୁଥିବା ପିଭି ସିନ୍ଧୁ କିନ୍ତୁ ସେମିଫାଇନାଲ୍‌ରେ ପରାଜିତ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ୧୩-୨୧, ୨୦-୨୨ରେ ଆୟା ଓହୋରିଙ୍କଠୁ ହାରି ଯାଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ତ୍ରିଷା ଓ ଗାୟତ୍ରୀଙ୍କ ଯୋଡ଼ି ୨୧-୧୭, ୧୬-୨୧, ୨୨-୨୦ରେ ନାମି ମାତ୍‌ସୁୟାମା ଓ ଚିହାରୁ ସିଦାଙ୍କ ଯୋଡ଼ିକୁ ହରାଇ ସ୍ଥିତି ୧-୧ କରିଥିଲେ।

ତୃତୀୟ ମ୍ୟାଚ୍‌ରେ ଅସ୍ମିତା ୨୧-୧୭, ୨୧-୧୪ରେ ପୂର୍ବତନ ବିଶ୍ବ ବିଜେତା ନୋଜୋମି ଓକୁହାରାଙ୍କୁ ହରାଇ ଭାରତକୁ ଅଗ୍ରଣୀ କରାଇଥିଲେ। ତନିଷା ସାମାନ୍ୟ ଆହତ ଥିବାରୁ ଚତୁର୍ଥ ମ୍ୟାଚ୍‌ରେ ଅଶ୍ବିନୀଙ୍କ ସହ ସିନ୍ଧୁ ଯୁଗଳ ଯୋଡ଼ି ଭାବେ ଖେଳିଥିଲେ। କିନ୍ତୁ ଏହି ପର୍ଯ୍ୟାୟରେ ଭାରତୀୟ ଯୋଡ଼ି ୧୪-୨୧, ୧୧-୨୧ରେ ରିନା ମିୟାଉରା ଓ ଆୟାକୋ ସକୁରାମୋତୋଙ୍କଠୁ ପରାଜିତ ହୋଇଥିଲେ। ଖେଳ ବରାବର (୨-୨) ସ୍ଥିତିକୁ ଆସିବା ପରେ ନିର୍ଣ୍ଣାୟକ ମ୍ୟାଚ୍‌ରେ ଅନମୋଲ୍‌ ୨୧-୧୪, ୨୧-୧୮ରେ ନତସୁକି ନିଦାଇରାଙ୍କୁ ହରାଇ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button