ଅପରାଧ

ଇରୋଡରେ ତାମିଲନାଡୁ ପୁଲିସର ଫ୍ଲାଇଂ ସ୍କାର୍ଡ ଜବତ କଲା ୩ ଲକ୍ଷ ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ୧୮ ତମ ଲୋକସଭା ନିର୍ବାଚନ ପାଇଁ ଶନିବାର ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ଦେଶରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଛି।

ଏହି ପରିପ୍ରେକ୍ଷୀରେ ଇରୋଡ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ରାଜା ଗୋପାଳ ସୁନକାରା ଏକ ଫ୍ଲାଇଂ ସ୍କାର୍ଡ ଗଠନ କରିଛନ୍ତି।

ରବିବାର ସକାଳେ ଫ୍ଲାଇଂ ସ୍କାର୍ଡ ଟିମ୍‌ ଏହି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ନଗଦ ୩ ଲକ୍ଷ ଟଙ୍କା ଜବତ କରିଛି।
ରିପୋର୍ଟରୁ ପ୍ରକାଶ, ଆଜି ସକାଳେ ଭେଟ୍ଟୁ କାଟ୍ଟୁ ଭାଲାସୁ ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିବା ଅଧିକାରୀମାନେ ଜଣେ ବାଇକ୍‌ ଆରୋହୀଙ୍କୁ ଅଟକାଇବା ପରେ ତାଙ୍କ ପାଖରେ ନଗଦ ୩ ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇଥିଲେ।
ତେବେ, ଏହି ଅର୍ଥର ଉପଯୁକ୍ତ କାଗଜପତ୍ର ନଥିବାରୁ ଅଧିକାରୀମାନେ ଟଙ୍କା ଜବତ କରିବା ସହ ଇରୋଡ ଜିଲ୍ଲାର ଭାଡିଭେଲୁ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ସେହିପରି ରେଳ ଷ୍ଟେସନରେ ଫ୍ଲାଇଂ ସ୍କାର୍ଡ୍‌ ଟିମ୍‌ ଦୁଇ ବ୍ୟବସାୟୀଙ୍କ ପାଖରେ ପୋଷାକ ଥିବା ବଣ୍ଡଲ ଓ କିଣିବା ପାଇଁ କୌଣସି ଉପଯୁକ୍ତ କାଗଜପତ୍ର ନଥିବା ଦେଖିବାକୁ ପାଇଥିଲେ। ଟିମ୍‌ ପୋଷାକଗୁଡ଼ିକୁ ଜବତ କରିଥିଲା। ପରେ ବ୍ୟବସାୟୀମାନେ ବିଲ୍‌ ଦାଖଲ କରିଥିଲେ। ନିର୍ବାଚନ କାଳରେ କଳାଟଙ୍କାର ବ୍ୟବହାର ଉପରେ ନିର୍ବାଚନ କମିସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button