ରାଜ୍ୟ ସରକାରଙ୍କ ଚାଷୀନୀତିକୁ କଂଗ୍ରେସର ବିରୋଧ; ମୁଖ୍ୟମନ୍ତ୍ରୀ, ୫ଟି ସଚିବଙ୍କ କୁଶପୁତ୍ତଳିକା ଦାହ – Kalinga News

[ad_1]
ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ କୃଷକ ନୀତି ଯୋଗୁଁ ରାଜ୍ୟରେ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଦିନକୁ ଦିନ କୃଷକ ସଶକ୍ତ ହେବା ବଦଳରେ ଗରିବି ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି। ଓଡ଼ିଶାରେ ଧାନ ମଣ୍ଡିରେ ସରକାର ଓ ମିଲ ମାଲିକ ମଧୁଚନ୍ଦ୍ରିକା ଅହେତୁକ କଟନୀ ଛଟନୀ, ଚାଷୀଙ୍କୁ ବସ୍ତା ଓ ସୂତୁଲି ଟଙ୍କା ନ ଦେବା, ଧାନମଣ୍ଡିରେ ଧାନ ରଖିବା ଓ ଚାଷୀ ରହିବା, ପିଇବା ପାଣି ନ ଥିବା, ତଦସହ ଵ୍ଳକରେ ଶୀତଳ ଭଣ୍ଡାର ନ ଖୋଲିବା ଇତ୍ୟାଦି ଯୋଗୁଁ ଚାଷୀ ଚାଷ କରି ଉତ୍ପାଦିତ ଦ୍ରବ୍ୟକୁ ରଖି ନ ପାରି ହନ୍ତସନ୍ତ ଓ ଆର୍ଥିକ ଶୋଷଣର ଶୀକାର ହେଉଛି। ଜମିକୁ ଠିକ୍ ସମୟରେ ପାଣି ନ ଦେବା, ଅଧିକ ଜମିକୁ ଜଳସେଚନ ପାଇଁ ପଦକ୍ଷେପ ନ ନେବା ଇତ୍ୟାଦି ସରକାର ଦୀର୍ଘ ବର୍ଷ ଧରି ସ୍ବାମୀନାଥନ କମିସନଙ୍କୁ କାର୍ଯ୍ୟକାରୀ ନ କରିବା ଯୋଗୁଁ ଚାଷୀ ଆଜି ସବୁଠାରୁ ଆର୍ଥିକ ପଛୁଆ ହୋଇ ପଡ଼ିଛି। ସେମାନଙ୍କୁ ପେନସନ ବ୍ୟବସ୍ଥା ନ କରିବା ଫଳରେ ଚାଷୀର ବାର୍ଦ୍ଧକ୍ୟ ଜୀବନ ଅତ୍ୟନ୍ତ ଦୟନୀୟ।

Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀରେ କୃଷକଙ୍କ ଧର୍ମଘଟରେ କେନ୍ଦ୍ର ସରକାର ପୁଲିସ ଦ୍ବାରା ନିରିହ ଚାଷୀଙ୍କ ଉପରେ ଆଖିବୁଜା ବର୍ବୋଚିତ ଆକ୍ରମଣ, ମାଡକୁ ବିଜେଡି ସରକାର ନିରବ ସମର୍ଥନ ଦେବା ଅତ୍ୟନ୍ତ ଦୁଃଖର ବିଷୟ। ରାଜ୍ୟରେ ଚାଲିଛି ବିଜେଡି ଓ ବିଜେପିର ମିଲି ଭଗତ କାର୍ଯ୍ୟକ୍ରମ। ଏହାରି ପ୍ରତିବାଦରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଆନ୍ଦୋଳନରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା, ସାରସକଣା କଂଗ୍ରେସ ପର୍ଯ୍ୟବେକ୍ଷକ ଭଜହରି ମହାନ୍ତ, ଅଶୋକ ଅଗ୍ରୱାଲ, ହରି ଚରଣ ସାହୁ, ଲଳିତ ମହାନ୍ତ ବସନ୍ତ ପଟ୍ଟନାୟକ, ରୂପକ ମହାନ୍ତି, ହେଲେନା ବାଗେ, ବେରେଲ ସିର୍କା, ରାଇସେନ ସୋରେନ, କିଶୋର ମହାନ୍ତ, ବୈଲୋଚନ ଗିରି, କିରଣ ବାଲ୍ମୀକି, ଦିବାକର ମହାନ୍ତ, ଦୀପଙ୍କର ମହାନ୍ତି, ସନ୍ତୋଷ ନନ୍ଦ ସମେତ ବହୁ କଂଗ୍ରେସ ନେତା ପ୍ରତିବାଦ ସଭାରେ ସାମିଲ ହୋଇଥିଲେ।
[ad_2]