ଅପରାଧ

ପୁଲିସ୍‌ ହେପାଜତରେ ଗଲେ ବିଜେପି ନେତା ଜି ଦେବରାଜେ ଗୌଡ଼ – Kalinga News

[ad_1]

ନୂଆଦିଲ୍ଲୀ: ଜେଡି (ଏସ) ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା ଜି ଦେବରାଜ ଗୌଡ଼ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇ ପୁଲିସ୍‌ ହେପାଜତରେ ନିଆଯାଇଛି। ସେ ବେଙ୍ଗାଲୁରୁରୁ ଚିତ୍ରଦୂର୍ଗା ଅଭିମୁଖେ ଯାତ୍ରା କରୁଥିବାବେଳେ ତାଙ୍କୁ ମଧ୍ୟ ‌‌ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ରହିଛି।

ଜଣେ ୩୬ ବର୍ଷୀୟା ମହିଳା ଜି ଦେବରାଜ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଦେବରାଜ ତାଙ୍କ ତାଙ୍କର ଜମି ବିକାଇ ଦେବେ କହି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ମହିଳାଙ୍କ ଅଭିଯୋଗ ପରେ ଜି ଦେବରାଜ ଗୌଡ଼ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ପ୍ରଜ୍ବଳଙ୍କ ପିତା ତଥା ହୋଲେନାରସିପୁରା ବିଧାୟକ ଏଚଡି ରେବାନ୍ନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଗୋଡ଼ ଅନେକ ମହିଳାଙ୍କର ଯୌନ ଶୋଷଣର ଭିଡିଓ ପ୍ରଘଟ କରିଥିବା ଅଭିଯୋଗ ହୋଇଛି। ସେ ଏହି ଭିଡିଓ ପ୍ରଘଟ କରିଥିବାରୁ କଂଗ୍ରେସ ଅଭିଯୋଗ ଆଣିଛି।

ଗତବର୍ଷ ପ୍ରଜ୍ବଳ ରେବାନ୍ନାଙ୍କ ଯୌନ ଶୋଷଣ ସମ୍ପର୍କରେ ଗୌଡ଼ ବିଜେପି ନେତୃତ୍ୱକୁ ସତର୍କ କରାଇଥିଲେ ଏବଂ ହାସନରୁ ଜେଡି (ଏସ) ନେତାଙ୍କୁ ଲୋକସଭା ଟିକେଟ୍ ନଦେବାକୁ ଦଳକୁ କହିଥିଲେ। ଗତ ବର୍ଷ ଜେଡି (ଏସ୍) ସହିତ ଏକ ମେଣ୍ଟ ଗଠନ କରିଥିବା ବିଜେପି ହାସନରୁ ପ୍ରଜ୍ବଳଙ୍କୁ ଟିକେଟ୍‌ ଦେବାକୁ ସ୍ଥିର କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button