ରାଜନୀତି

କେନ୍ଦ୍ରାପଡ଼ା ଲୋକସଭା: ୬ ବିଧାନସଭା ଆସନରେ ଆଗରେ ବୈଜୟନ୍ତ – Kalinga News

[ad_1]

କେବଳ ରାଜନଗରରେ ଅ˚ଶୁମାନଙ୍କୁ ଅଧିକ ଭୋଟ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ୭ରୁ ୬ ବିଧାନସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ତା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ତୁଳନାରେ ଅଧିକ ଭୋଟ୍‌ ପାଇଛନ୍ତି। କେବଳ ରାଜନଗର ହିଁ ଅ˚ଶୁମାନଙ୍କୁ ବୈଜୟନ୍ତଙ୍କ ତୁଳନାରେ ଅଧିକ ଭୋଟ ଦେଇଛି। ସବୁଠୁ ଅଧିକ ଭୋଟ୍‌ ମହାକାଳପଡ଼ାରେ ବୈଜୟନ୍ତଙ୍କୁ ମିଳିଛି। ଲକ୍ଷେ ପାର‌୍‌ କରିଛି ଏଠି ଭୋଟ୍‌। ଏପରିକି ଦଳର ବିଧାୟକ ପ୍ରାର୍ଥୀ ଏହି ଆସନରୁ ଜିତିଥିଲେ ବି ବୈଜୟନ୍ତ ତାଙ୍କଠୁ ଅଧିକ ଭୋଟ୍‌ ପାଇଛନ୍ତି। ରାଜନଗର ଓ ମାହାଙ୍ଗାରେ ଅ˚ଶୁମାନ ଯଦିଓ ଦଳର ବିଧାୟକ ପ୍ରାର୍ଥୀଙ୍କଠୁ ଅଧିକ ଭୋଟ୍‌ ପାଇଥିଲେ କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ହୋଇନାହିଁ।

ବିଧାନସଭାଵାରୀ ଦେଖିଲେ ପାଟକୁରାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ରୋଚକ କଥାଟି ହେଉଛି ବିଧାୟକ ଜିତିଥିବା ପ୍ରାର୍ଥୀଙ୍କ ତୁଳନାରେ ବୈଜୟନ୍ତ ଏଠି ପାଖାପାଖି ୫ ହଜାର ଅଧିକ ଭୋଟ୍‌ ପାଇଛନ୍ତି। ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଏଠାରୁ ୯୦ ହଜାର ୯୦୫ ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବୈଜୟନ୍ତଙ୍କୁ ମିଳିଛି ୯୫ ହଜାର ୫୭୫ଖଣ୍ତ ଭୋଟ୍‌। ଅ˚ଶୁମାନ ପାଇଛନ୍ତି ୭୫ ହଜାର ୧୯୭ଖଣ୍ତ ଭୋଟ୍‌। ଅର୍ଥାତ୍‌ ୨୦ ହଜାରରୁ ଅଧିକ ଭୋଟ୍‌ରେ ଆଗରେ ରହିଛନ୍ତି। ସେହିଭଳି କେନ୍ଦ୍ରାପଡ଼ା ଆସନରେ ବି ଅ˚ଶୁମାନ ପାଖାପାଖି ଛଅ ହଜାର ଭୋଟ୍‌ ପଛରେ ରହିଛନ୍ତି। ଏଠାରେ ବୈଜୟନ୍ତଙ୍କୁ ୭୫ ହଜାର ୯୩୭ଖଣ୍ତ ଭୋଟ୍‌ ମିଳିଥିବା ବେଳେ ଅ˚ଶୁମାନଙ୍କ ସପକ୍ଷରେ ୬୯ହଜାର ଭୋଟ୍‌ ପଡ଼ିଛି। ଆହୁରି ବଡ଼ କଥା ହେଉଛି ବିଜେଡି ବିଧାୟକ ଜିତିଥିବା ପ୍ରାର୍ଥୀଙ୍କଠୁ ପାଖାପାଖି ୨୧ ହଜାର କମ୍‌ ଭୋଟ୍‌ ଅ˚ଶୁମାନଙ୍କୁ ମିଳିଛି। ଆଳିରେ ବି ସମାନ ଟ୍ରେଣ୍ତ୍‌ ଦେଖିବାକୁ ମିଳିଛି। ବୈଜୟନ୍ତଙ୍କୁ ୭୪ ହଜାର ୧୨୬ଖଣ୍ତ ଭୋଟ୍‌ ମିଳିଥିବା ବେଳେ ଅ˚ଶୁମାନଙ୍କ ଖାତାକୁ ଯାଇଛି ୭୦ ହଜାର ୪୮୪ଖଣ୍ତ ଭୋଟ୍‌। ଏଠି ବିଧାୟକ ଜିତିଥିବା ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୭୩ ହଜାର ୬୭୮ଖଣ୍ତ ଭୋଟ୍‌। ମହାକାଳପଡ଼ାରେ ତ ବିଜେଡି ଆହୁରି ପଛକୁ ଠେଲି ହୋଇଯାଇଛି।

କେବଳ ରାଜନଗରରେ ଅ˚ଶୁମାନଙ୍କୁ ଅଧିକ ଭୋଟ୍‌
ବୈଜୟନ୍ତଙ୍କୁ ସୁହାଇଲା ମହାକାଳପଡ଼ା, ପାଟକୁରା ଓ କେନ୍ଦ୍ରାପଡ଼ାର ଭୋଟ୍‌ ବ୍ୟବଧାନ

ଏହି ଆସନ କେବଳ ବିଜେଡି ହାତରୁ ଖସିଯାଇଛି ତା’ ନୁହେଁ, ବିଜେପିକୁ ସର୍ବାଧିକ ଭୋଟ୍‌ ବି ଉଭୟ ବିଧାନସଭା ଓ ଲୋକସଭାରେ ପଡ଼ିଛି। ବିଧାୟକ ଜିତିଥିବା ଦୁର୍ଗାପ୍ରସନ୍ନ ନାୟକଙ୍କୁ ଏଠାରୁ ୧ଲକ୍ଷ ୯ହଜାର ୬୫୩ଖଣ୍ତ ଭୋଟ୍‌ ମିଳିଥିବା ବୈଜୟନ୍ତଙ୍କୁ ମିଳିଛି ୧ଲକ୍ଷ ୧୨ହଜାର ୯୯୯ଖଣ୍ତ ଭୋଟ୍‌। ଅର୍ଥାତ୍‌ ବିଧାୟକ ପ୍ରାର୍ଥୀଙ୍କଠୁ ୩୩୪୬ଖଣ୍ତ ଅଧିକ ଭୋଟ୍‌ ବୈଜୟନ୍ତ ପାଇଥିବା ବେଳେ ବିଜେଡି ସା˚ସଦ ପ୍ରାର୍ଥୀ ପାଖାପାଖି ୪୦ ହଜାର କମ୍‌ ଭୋଟ୍‌ ପାଇଛନ୍ତି। ଅ˚ଶୁମାନଙ୍କୁ ମିଳିଛି ୭୨ହଜାର ୨୭୧ଖଣ୍ତ ଭୋଟ୍‌, ଯାହାକି ଦଳର ବିଧାୟକ ପ୍ରାର୍ଥୀଙ୍କଠୁ ପାଖାପାଖି ୪ହଜାର କମ୍‌। ଅନ୍ୟପକ୍ଷରେ ନିଜର ରାଜନୈତିକ ପେଣ୍ଠସ୍ଥଳୀ ରାଜନଗର ହୋଇଥିବାରୁ ଏଠାରେ ଅ˚ଶୁମାନ ଦଳୀୟ ବିଧାୟକ ପ୍ରାର୍ଥୀଙ୍କଠୁ ବି ଅଧିକ ଭୋଟ୍‌ ପାଇଛନ୍ତି। ବୈଜୟନ୍ତ ଏହି ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀଙ୍କଠୁ କମ୍‌ ଭୋଟ୍‌ ପାଇଛନ୍ତି। ଏଠାରେ ଅ˚ଶୁମାନଙ୍କୁ ୯୦ହଜାର ୧୫୪ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବୈଜୟନ୍ତଙ୍କୁ ୭୪ହଜାର ୧୫ଖଣ୍ତ ଭୋଟ୍‌ ମିଳିଛି। ବିଜୟୀ ବିଧାୟକ ଧ୍ରୁବଚରଣ ସାହୁଙ୍କଠୁ ଅ˚ଶୁମାନ ପାଖାପାଖି ୯ହଜାର ଅଧିକ ଭୋଟ୍‌ ପାଇଛନ୍ତି।

ମାହାଙ୍ଗାରେ ବି ବୈଜୟନ୍ତଙ୍କ ଦବଦବା ଦେଖିବାକୁ ମିଳିଛି। ଏହି ଆସନରେ ଅସନ୍ତୁଷ୍ଟ ବିଜେପି ନେତା ଶାରଦା ପ୍ରଧାନ ସ୍ବାଧୀନ ଭାବେ ଲଢ଼ି ଜିତିଥିଲେ ବି ବୈଜୟନ୍ତଙ୍କ ଭୋଟ୍‌ରେ ଏହାର ପ୍ରଭାବ ପଡ଼ିନାହିଁ। ଏଠାରେ ଦଳୀୟ ପ୍ରାର୍ଥୀ ମାତ୍ର ୧୯ହଜାର ୪୮୧ଖଣ୍ତ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବାବେଳେ ବୈଜୟନ୍ତଙ୍କୁ କିନ୍ତୁ ମିଳିଛି ୯୩ ହଜାର ୪୭୪ଖଣ୍ତ ଭୋଟ୍‌। ଅ˚ଶୁମାନ ପାଇଛନ୍ତି ୮୭ ହଜାର ୫୯୬ଖଣ୍ତ ଭୋଟ୍‌। ଏପରିକି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ତୁଳନାରେ ବି ପାଖାପାଖି ଛଅ ହଜାର ଅଧିକ ଭୋଟ୍‌ ଅ˚ଶୁମାନଙ୍କୁ ଏଠାରୁ ମିଳିଛି। ସାଲେପୁରରେ ବୈଜୟନ୍ତଙ୍କୁ ୮୬ହଜାର ୭୯୦ଖଣ୍ତ ଭୋଟ୍‌ ମିଳିଥିବା ବେଳେ ଅ˚ଶୁମାନଙ୍କୁ ମିଳିଛି ୮୨ହଜାର ୯୭୯ଖଣ୍ତ ଭୋଟ୍‌। ଏଠି ମଧୢ ଦଳର ବିଧାୟକଙ୍କ ଭୋଟ୍‌ ଅ˚ଶୁମାନଙ୍କ ଖାତାକୁ ଯାଇନାହିଁ। ପାଖପାଖି ୫ହଜାର ଭୋଟ୍‌ କମ୍‌ ପାଇଛନ୍ତି ସା˚ସଦ ପ୍ରାର୍ଥୀ। ମୋଟାମୋଟି ଦେଖିଲେ ମହାକାଳପଡ଼ା, ପାଟକୁରା ଓ କେନ୍ଦ୍ରାପଡ଼ାରେ ଅ˚ଶୁମାନଙ୍କ ତୁଳନାରେ ବୈଜୟନ୍ତଙ୍କ ଭୋଟ୍‌ ବ୍ୟବଧାନ ବହୁ ଅଧିକ ରହିବା ତାଙ୍କ ବିଜୟକୁ ସହଜ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button