ଛେତ୍ରୀଙ୍କ ବିଦାୟୀ ମ୍ୟାଚ୍: ବିଜୟ ଉପହାର ଦେବା ଲକ୍ଷ୍ୟରେ ଭାରତ – Kalinga News

[ad_1]
ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆଜି କୁଏତକୁ ଭେଟିବ
କୋଲ୍କାତା: ଭାରତୀୟ ଫୁଟ୍ବଲ୍ର କିଂବଦନ୍ତି ସୁନୀଲ ଛେତ୍ରୀ ଗୁରୁବାର ଖେଳିବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍। କୋଲ୍କାତାସ୍ଥିତ ସଲ୍ଟଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର ଏକ ମ୍ୟାଚ୍ରେ ଭାରତ ଭେଟିବ କୁଏତକୁ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍ ପରେ ଅବସର ନେବାର ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହିତ ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ବପୂର୍ଣ୍ଣ ରହିଛି। ୧୯ ବର୍ଷ ଅନ୍ତର୍ଜାତୀୟ ଖେଳ ଜୀବନର ଶେଷ ମ୍ୟାଚ୍ରେ ଛେତ୍ରୀ ଦଳକୁ ଜିତାଇ ପ୍ରଥମ ଥର ବିଶ୍ବକପ୍ କ୍ବାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବା ଆଶାରେ ଅଛନ୍ତି। କୁଏତ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ ଘରୋଇ ପଡ଼ିଆରେ ଖେଳୁଥିବାରୁ ପଲ୍ଲା ଭାରି ରଖିଛି। ରାଉଣ୍ଡ-୨ରେ ୪ଟି ଲେଖାଏଁ ଦଳକୁ ନେଇ ୯ଟି ଗ୍ରୁପ୍ ରହିଛି। ପ୍ରତିଗ୍ରୁପ୍ର ଶୀର୍ଷ ଦୁଇ ଦଳ ରାଉଣ୍ଡ-୩ରେ ପହଞ୍ଚିବେ। ସଂପ୍ରତି ଭାରତ ୪ ମ୍ୟାଚ୍ ଖେଳି ୧ ଲେଖାଏଁ ବିଜୟ ଓ ଅମୀମାଂସିତ ଏବଂ ୨ ପରାଜୟରୁ ୪ ପଏଣ୍ଟ ସହ କତର (୧୨) ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୦୨ରେ ପେସାଗତ ଫୁଟ୍ବଲ୍ରେ ପାଦ ଥାପିଥିବା ଛେତ୍ରୀ ୨୦୦୫ରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଭାରତ ପକ୍ଷରୁ ୧୫୦ ମ୍ୟାଚ୍ ଖେଳି ୯୪ ଗୋଲ୍ ଦେଇଛନ୍ତି। ଭାରତୀୟ ଜର୍ସିରେ ଶେଷ ମ୍ୟାଚ୍ ଖେଳିବାକୁ ଯାଉଥିବା ଛେତ୍ରୀ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହା ମୋ ଜୀବନର ବଡ଼ ମ୍ୟାଚ୍। ମୁଁ ୧୯ ବର୍ଷ ଧରି ଜାତୀୟ ଦଳ ପାଇଁ କାମ କରିଛି। ଏହି ସୁଯୋଗ ଆମ ପାଇଁ କେବେ ନଥିଲା। ଏବେ ଆସିଛି। କାଲି ମ୍ୟାଚ୍ ଜିତି ଆଗକୁ ବଢ଼ିବାକୁ ଚାହୁ। ଅବସର ନିଷ୍ପତ୍ତି ବଦାଳାଇବାର ସମ୍ଭାବନା ନାହିଁ। ମ୍ୟାଚ୍ ପାଇଁ ପୂରା ପ୍ରସ୍ତୁତ ଅଛୁ। ଗୋଟିଏ ବିଜୟ, ୩ ପଏଣ୍ଟ ଓ କ୍ଲିନ୍ ସିଟ୍ ଲକ୍ଷ୍ୟରେ ଅଛୁ’’। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ ଇଗର ଷ୍ଟିମାକ କହିଛନ୍ତି, ‘‘ମୁଁ ବିଦେଶୀ ହେଲେ ମଧ୍ୟ ଭାରତୀୟ ଭଳି ଲାଗୁଛି। ଗର୍ବର ସହ କହୁଛି ଭାରତ ବିଶ୍ବକପ୍ ଖେଳିବାର ନିକଟତର ହେଉଛି। ଏହି ମ୍ୟାଚ୍ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଆମ ଖେଳାଳି କାଲି ଶ୍ରେଷ୍ଠ ଦେବେ ବୋଲି ଆଶା ରଖିଛି’’।
ଭାରତୀୟ ଦଳ: ଗୋଲି-ଗୁରପ୍ରୀତ ସିଂହ ସାନ୍ଧୁ, ଅମ୍ରିନ୍ଦର ସିଂହ, ବିଶାଳ କୈଥ, ଡିଫେଣ୍ଡର-ଆମି ରାଣାୱାଦେ, ଅନୱାର ଅଲ୍ଲୀ, ଜୟ ଗୁପ୍ତା, ଲାଲଚୁଙ୍ଗନୁଙ୍ଗା, ମେହତାବ ସିଂହ, ନରେନ୍ଦର, ନିଖିଲ ପୂଜାରୀ, ରାହୁଲ ଭେକେ, ଶୁଭାଶିଷ ବୋଷ, ମିଡ୍ଫିଲ୍ଡର-ଅନିରୁଧ ଥାପ୍ପା, ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ, ଏଡମୁଣ୍ଡ ଲାଲରିଣ୍ଡିକା, ଜିକସନ ସିଂହ ଥୌନାଓଜାମ, ଲଲିଆଞ୍ଜୁଆଲା ଚାଙ୍ଗଟେ, ଲିଷ୍ଟନ କୋଲାକୋ, ମହେଶ ସିଂହ ନାଓରେମ, ନନ୍ଦକୁମାର ଶେକର, ସାହାଲ ଅବଦୁଲ ସାମଦ, ସୁରେଶ ସିଂହ ୱାଙ୍ଗଜାମ, ଫରୱାର୍ଡ- ଡେଭିଡ ଲାଲ୍ଲାନସାଙ୍ଗା, ମନବୀର ସିଂହ, ରହିମ ଅଲ୍ଲୀ, ସୁନୀଲ ଛେତ୍ରୀ, ବିକ୍ରମ ପ୍ରତାପ ସିଂହ।
[ad_2]




