ରାଜନୀତି

ପାକିସ୍ତାନ ନିର୍ବାଚନ ୨୦୨୪: ନୱାଜ-ଜର୍ଦ୍ଦାରୀ ମେଣ୍ଟ, ମୁକାବିଲା ପାଇଁ ଇମ୍ରାନଙ୍କ ଆହ୍ବାନ – Kalinga News

[ad_1]

ଇସଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ଶେଷ ହୋଇଛି। ଦେଶର ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ସମସ୍ତ ଫଳାଫଳ ଘୋଷଣା କରିନାହାନ୍ତି। ଆଜି ରାତିସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା କୌଣସି ଦଳ ପାଖରେ ନାହିଁ। ଏହି ପରିସ୍ଥିତିରେ ଝୁଲା ଓ ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ ହୋଇଥିବା ବେଳେ ଇମ୍ରାନ ଖାନଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନୱାଜ ସରିଫଙ୍କ ପିଏମ୍‌ଏଲ୍‌-ଏନ୍ ଏବଂ ଆସିଫ ଅଲି ଜର୍ଦ୍ଦାରୀଙ୍କ ପିପିପି ହାତ ମିଳାଇଛନ୍ତି। ଏହାକୁ ବିରୋଧ କରି ଜେଲ୍‌ରେ ଥିବା ଇମ୍ରାନ ଆନ୍ଦୋଳନକୁ ଓହ୍ଲାଇବାକୁ ଲୋକଙ୍କୁ ଆହ୍ବାନ ଦେଇଥିବା ବେଳେ ବିଭିନ୍ନ ଅଂଚଳରେ ହିଂସା ଲାଗି ରହିଛି।
ଶେହୱାଜ ସରିଫ ଆଜି ବିଲାୱାଲ ଭୁଟ୍ଟୋ ଓ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦ୍ଦାରୀଙ୍କ ସହ ଆଲୋଚନା କରିବା ପରେ ମେଣ୍ଟ ସରକାର ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପଞ୍ଜାବର କାମଚଳା ମୁଖ୍ୟମନ୍ତ୍ରୀ ମୋହସିନ ନକ୍‌ଭୀଙ୍କ ବାସଭବନରେ ଏହି ଆଲୋଚନା ହୋଇଥିଲା। ୪୫ ମିନିଟର ଆଲୋଚନା ଭିତରେ ସରିଫ ଦେଶର ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ପାଇଁ ତାଙ୍କ ଦଳକୁ ସମର୍ଥନ କରିବାକୁ ଭୁଟ୍ଟୋ ଓ ଜର୍ଦ୍ଦାରୀଙ୍କୁ ରାଜି କରାଇଥିଲେ। ଉଭୟ ପଞ୍ଜାବ ଓ କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିବା ପାଇଁ ସହମତ ହୋଇଥିଲେ।

ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ଥିବାରୁ ପାକିସ୍ତାନ ବିଖଣ୍ଡିତ ଜନାଦେଶ ଆଡ଼କୁ ଅଗ୍ରସର ହେଉଛି। ସରିଫ କହିଛନ୍ତି ଯେ ତାଙ୍କ ଦଳ ଏକାକୀ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ ମେଣ୍ଟ ସରକାର ଗଠନ ହିଁ ଏକମାତ୍ର ବିକଳ୍ପ। ତେବେ ପିଟିଆଇ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୨୬୪ଟି ଆସନରୁ ୧୭୦ରୁ ଅଧିକ ଆସନରେ ବିଜୟୀ ହେବେ ଏବଂ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି ଇମ୍ରାନ ଦାବି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button