ରାଜନୀତି

କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭଙ୍କୁ ଆକ୍ରମଣ – Kalinga News

[ad_1]

ପୁରୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଜୋର ଧରିଥିବାବେଳେ ଆଜି ପୁରୀରେ ନିର୍ବାଚନୀ ହିଂସା ଘଟିଛି । ଜାତୀୟ କଂଗ୍ରେସ ଦଳର ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ ପରିବର୍ତ୍ତନ ପରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଟିକେଟ ପାଇବା ପରେ ଉମା ବଲ୍ଲଭ ରଥ ଆଜି ପଦଯାତ୍ରା ଆରମ୍ଭ କରିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି। ଏଥିରେ ଶ୍ରୀ ରଥ ଆହତ ହୋଇଥିବା ବେଳେ ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଶ୍ରୀ ରଥଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସିତ ହୋଇ ଫେରିବା ପରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ଶ୍ରୀ ରଥ ଆଜି ତାଙ୍କର ସମର୍ଥକମାନଙ୍କ ସହ ଗୁଣ୍ଡିଚା ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ନୂଆ ସାହି ନିକଟରେ ପହଞ୍ଚିବା ବେଳକୁ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କ ଆଖିକୁ କୌଣସି ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ତାଙ୍କୁ କାଚ ବୋତଲ ଓ ଇଟାରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଆକ୍ରମଣ କରିଥିବା ଦୁଇ ଜଣଙ୍କୁ ଶ୍ରୀ ରଥ ଚିହ୍ନଟ କରିଛନ୍ତି। ପୁଲିସର ବରିଷ୍ଠ ପଦାଧିକାରୀମାନେ କୁମ୍ଭାରପଡ଼ା ଥାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ନିର୍ବାଚନ ସମୟରେ ଏଭଳି ହିଂସାକୁ ସହଜରେ ଗ୍ରହଣ କରାଯିବ ନାହିଁ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି। ଦଳକନ୍ଦଳକୁ ନେଇ ଘଟିଥିବା ଏହି ହିଂସାକାଣ୍ଡକୁ ନେଇ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଜାତୀୟ କଂଗ୍ରେସ ଦଳରୁ ପୁରୀ ବିଧାନସଭା ନିର୍ବାଚନୀମଣ୍ଡଳୀ ପାଇଁ ସୁଜିତ ମହାପାତ୍ର ଟିକେଟ ପାଇ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଏହାପରେ ପୁରୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ଆଜି ପୂର୍ବତନ ବିଧାୟକ ଉମାବଲ୍ଲଭଙ୍କୁ ପୁଣି ଟିକେଟ ଦିଆଯାଇଥିଲା। ଏହି ଖବର ପ୍ରଚାର ହେବା ପରେ କଂଗ୍ରେସ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରତିକ୍ରୀୟାଶୀଳ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button