କିଭଳି ସଫଳ ହେବାକୁ ହୁଏ ତାହା କଟ୍ରିନାଙ୍କଠାରୁ ଶିଖିବା ଉଚିତ୍: ଶେଖର ସୁମନ – Kalinga News

[ad_1]
ମୁମ୍ବାଇ: ଚର୍ଚ୍ଚାରେ ସଞ୍ଜୟ ଲୀଲା ଭଂସାଲୀଙ୍କ ୱେବ ସିରିଜ୍ ହୀରାମଣ୍ଡି। ଏହି ଫିଲ୍ମରେ ଅନେକ ଏଭଳି କଳାକାର କାମ କରିଛନ୍ତି, ଯେଉଁମାନେ କିଛି ବର୍ଷ ହେବ ପରଦାଠାରୁ ଦୂରରେ ରହିଥିଲେ। ସେମଧ୍ୟରୁ ଜଣେ ହେଉଛନ୍ତି ଅଧ୍ୟୟନ ସୁମନ। ଶେଖର ସୁମନଙ୍କ ପୁଅ ଅଧ୍ୟୟନ ଅନେକ ବର୍ଷ ପରେ ହୀରାମଣ୍ଡି ଜରିଆରେ ପରଦାକୁ ଫେରିଛନ୍ତି। ନୱାଜ ଜୋରାବର ଚରିତ୍ର କରି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସଂଘର୍ଷ ସମୟର ଅନୁଭୂତି ସେୟାର କରି ଅଧ୍ୟୟନ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ମୁଁ ହିରୋ ଭାବେ ଫିଲ୍ମ କରିବା ଆରମ୍ଭ କରିଥିଲି। ହେଲେ ସମୟ ସହ ପୋଷ୍ଟରରେ ମୋ ଫଟୋ ଛୋଟ ହୋଇ ହୋଇ ଗଲା। ଏହି କଷ୍ଟ ମୁଁ ଶବ୍ଦରେ କହିପାରିବି ନାହିଁ। ଏବେ ପୁଣି ମୋତେ ସୁଯୋଗ ମିଳିଛି। ପୁଣି ଫଟୋକୁ କିଭଳି ପୋଷ୍ଟରରେ ବଡ଼ କରିହେବ ସେଥିପାଇଁ ସଂଘର୍ଷ କରିବି।”
ଏହା ଶୁଣି ବାପା ଶେଖର ସୁମନ କହିଥିଲେ, ଅନ୍ୟର ଯାତ୍ରାରୁ ପ୍ରେରଣା ନିଅ। କଟ୍ରିନା କୈଫଙ୍କୁ ଦେଖ। ସେ ତାଙ୍କ ପ୍ରଥମ ଫିଲ୍ମ ବୁମରେ କିଭଳି ଠିଆ ହୁଅନ୍ତି, କିଭଳି ଡାଏଲଗ କୁହାଯାଏ, ତାହା ଜାଣିନଥିଲେ। ହେଲେ ଏବେ ଦେଖ ସେ କେଉଁଠି ପହଞ୍ଚିଛନ୍ତି। କେବଳ ସେ ନୁହନ୍ତି, ଦୀପିକା ପାଦୁକୋନ ଓ ଅନନ୍ୟା ପାଣ୍ଡେ ମଧ୍ୟ ଅନେକ ଟ୍ରୋଲିଂର ଶିକାର ହେବା ସତ୍ତ୍ବେ ଆଜି ସଫଳ ହୋଇଛନ୍ତି।
[ad_2]