ମନୋରଞ୍ଜନ

ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛି, ସବୁର ଅଭିଜ୍ଞତା ଜରୁରୀ: ନାଗା ଚୈତନ୍ୟ – Kalinga News

[ad_1]

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ ତାଙ୍କଠାରୁ ଅଲଗା ହୋଇଥିଲେ। ଏମଧ୍ୟରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିସାରିଥିବା ବେଳେ ନାଗାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ବିବାହ ପରେ ୨୦୧୮ରେ ସେ ଏକ ଫିଲ୍ମର ପ୍ରଚାର ସମୟରେ ଦେଇଥିବା ସାକ୍ଷାତକାର ଏବେ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ସେ ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛି। ସବୁର ଅଭିଜ୍ଞତା ଜରୁରୀ ‌ବୋଲି କହୁଛନ୍ତି।

ସାକ୍ଷାତକାରରେ ନାଗାଙ୍କୁ ଯେତେବେଳେ ପଚରା ଯାଉଛି ଯେ, ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛନ୍ତି କି? ନାଗା ‘ହଁ’ ଲେଖାଥିବା ପ୍ଲାକାର୍ଡ ଉଠାଇ କହୁଛନ୍ତି, ‘ଜୀବନରେ ସବୁକିଛି ଅନୁଭବ କରିବା ଉଚିତ୍। ଯେତେବେଳେ ତୁମେ ବଡ ହେବ ଏବଂ ତୁମେ ଅନୁଭବ କରିବ ଯେ, ମୁଁ ସମସ୍ତ ପ୍ରଭାରର ଅନୁଭୂତି ନେଇ ସାରିଛି, ସେତେବେଳେ ତୁମେ ବିବାହ କରିବାର ସମୟ ଆସିଛି ବୋଲି ଜାଣିପାରିବ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button