ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – Kalinga News
[ad_1]
ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଲେ। ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ। ଏହା ପରେ ଇସ୍ତାଫା ଦେଇଛନ୍ତି ନବୀନ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ଠିକ ୨୪ ବର୍ଷ ୩ ମାସରେ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଟ୍ଵିଟ୍ କରି କୃତଜ୍ଞତା ଜଣାଇଛନ୍ତି । ସେବାର ସୁଯୋଗ ଦେଇଥିବାରୁ ହୃଦୟରୁ କୋଟି ଓଡ଼ିଆଙ୍କୁ ଜଣାଇଛନ୍ତି କୃତଜ୍ଞତା ।
ଓଡ଼ିଶା ଇତିହାସରେ ନବୀନ ପଟ୍ଟନାୟକ ରାଜ୍ୟର ସବୁଠାରୁ ଲୋକପ୍ରିୟ ତଥା ଦୀର୍ଘ ସମୟ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ । ବିଜେଡି ପରାଜିତ ହୋଇଥିଲେ ବି ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି ନବୀନ । ଶାସନ ଅବଧିକୁ ନେଇ ରାଜ୍ୟ ଏବଂ ଦେଶରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ନବୀନ। ରାଜ୍ୟରେ ସବୁଠୁ ଅଧିକ ଦିନ ଶାସନ କ୍ଷମତାରେ ରହି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିଛନ୍ତି। ଦେଶରେ ମଧ୍ୟ ବହୁ ରେକର୍ଡ ଭାଙ୍ଗିଛନ୍ତି ନବୀନ । ଜ୍ୟୋତି ବସୁଙ୍କ ଭଳି ଲମ୍ବା ଅବଧି ଧରି ମୁଖ୍ୟମନ୍ତ୍ରୀ ପଦରେ ଥିବା ଅନେକ ନେତାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସବୁଠୁ ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥାନ୍ତେ ।
The post ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.
[ad_2]