ନାନାଙ୍କୁ ସବୁଠୁ ବଡ଼ ମିଛୁଆ କହିଲେ ତନୁଶ୍ରୀ ଦତ୍ତା – Kalinga News

[ad_1]
ମୁମ୍ବାଇ : କିଛି ବର୍ଷ ତଳେ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ ନାନା ପାଟେକରଙ୍କୁ ମୁମ୍ବାଇ ପୁଲିସ କ୍ଲିନ୍ ଚିଟ୍ ଦେଇଥିଲା । ଏହି ମାମଲା ଥଣ୍ଡ ା ପଡ଼ିଥିବା ବେଳେ ନିକଟରେ ନାନାଙ୍କୁ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା। ସେ ଯେଉଁ ପ୍ରତିକ୍ରିୟା ଦେଇଥିଲେ ତାହା ଶୁଣି ତାଙ୍କୁ ସବୁଠୁ ବଡ଼ ମିଛୁଆ ବୋଲି କହିଛନ୍ତି ତନୁଶ୍ରୀ।

Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ଏକ ସାକ୍ଷାତକାରରେ ନାନାଙ୍କୁ ତନୁଶ୍ରୀ ଲଗାଇଥିବା ଯୌନ ଅସଦାଚରଣ ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, “ମୁଁ ଜାଣିଥିଲି ଯେ ଏସବୁ ମିଥ୍ୟା ଅଟେ। ସେଥିପାଇଁ ମୁଁ କ୍ରୋଧିତ ନଥିଲି। ଯେତେବେଳେ ସବୁକିଛି ମିଥ୍ୟା ଥିଲା, ମୁଁ କାହିଁକି କ୍ରୋଧିତ ହେବି? ଏବଂ ସେହି ସବୁ ଜିନିଷ ପୁରୁଣା ହେଲାଣି। ଏବେ ଆଉ ଆଲୋଚନା କରି ଲାଭ ନାହିଁ। ସମସ୍ତେ ସତ ଜାଣିଥିଲେ। ଘଟିନଥିବା ଜିନିଷ ବିଷୟରେ ମୁଁ ଅବା କ’ଣ କହିବି।”
ତାଙ୍କର ଏଭଳି ଉତ୍ତର ଶୁଣି ତାଙ୍କୁ ସବୁଠୁ ବଡ଼ ମିଛୁଆ ବୋଲି କହିଛନ୍ତି ତନୁଶ୍ରୀ। ସେ କହିଛନ୍ତି ଯେ, “ବର୍ତ୍ତମାନ ସେ ଭୟଭୀତ ଅଛନ୍ତି ଏବଂ ବଲିଉଡରେ ତାଙ୍କର ସମର୍ଥକ ସଂଖ୍ୟା ହ୍ରାସ ପାଇଛି। ତାଙ୍କୁ ସମର୍ଥନ କରୁଥିବା ସମସ୍ତ ବ୍ୟକ୍ତି ଦେବାଳିଆ ହୋଇଛନ୍ତି କିମ୍ବା ତାଙ୍କଠାରୁ ଦୂରେଇ ଯାଇଛନ୍ତି। ନାନା ପାଟେକର ଜଣେ ବଡ଼ ମିଛୁଆ। ”
[ad_2]