କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ କମିଲା ମତଦାନ: ଗତବର୍ଷ ତୁଳନାରେ ୧ % ହ୍ରାସ – Kalinga News

[ad_1]
କେନ୍ଦ୍ରାପଡା: ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଭୋଟ୍ ହାର ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ବିଧାନସଭା କ୍ଷେତ୍ରରେ କେବଳ ପାଟକୁରା, ସାଲେପୁର, ମାହାଙ୍ଗାକୁ ବାଦ୍ ଦେଲେ ଅନ୍ୟ ୪ଟି ନିର୍ବାଚନମଣ୍ତଳୀରେ ଭୋଟ୍ ହାର ହ୍ରାସ ଚିନ୍ତାଜନକ ବିଷୟ ହୋଇଛି। ଲୋକସଭା କ୍ଷେତ୍ରକୁ ହିସାବକୁ ନେଲେ ୨୦୧୯ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭୨.୩୯ ପ୍ରତିଶତ ମତଦାନ ହୋଇଥିଲା। ମାତ୍ର ଚଳିତ ସାଧାରଣ ନିର୍ବାଚନରେ ମତଦାନ ହାର ହ୍ରାସ ପାଇ ୭୧.୨୧ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା ନିର୍ବାଚନମଣ୍ତଳୀ ମଧ୍ୟରୁ କେବଳ ପାଟକୁରା ନିର୍ବାଚନମଣ୍ତଳୀରେ ଭୋଟ୍ ହାର ପାଖାପାଖି ୨ ପ୍ରତିଶତ ବଢିଛି। ୨୦୧୯ ନିର୍ବାଚନରେ ପାଟକୁରାରେ ୭୦.୮୮ ପ୍ରତିଶତ ମତଦାନ ହୋଇଥିଲା। ୨୦୨୪ରେ ଏହା ୭୨.୭୨ ପ୍ରତିଶତକୁ ବୃଦ୍ଧି ପାଇଛି। ସାଲେପୁର ବିଧାନସଭା କ୍ଷେତ୍ରରେ ୨୦୧୯ରେ ୭୬.୯୫ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ରେ ଏହା ୭୭.୦୪ ପ୍ରତିଶତକୁ ବୃଦ୍ଧି ପାଇଛି। ମାହାଙ୍ଗା ନିର୍ବାଚନମଣ୍ତଳୀରେ ୨୦୧୯ରେ ୭୫.୮୭ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ନିର୍ବାଚନରେ ଏହା ୭୬.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟ ବିଧାନସଭା ନିର୍ବାଚନମଣ୍ତଳୀ ଗୁଡିକରେ ଭୋଟ୍ ହାର ହ୍ରାସ ପାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ମୁତାବକ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ତଳୀ ଗୁଡିକରେ ୨୦୧୯ରେ ୬୯.୪୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ରେ ଏହା ୬୭.୬୬କୁ ହ୍ରାସ ପାଇଛି। ଆଳି ବିଧାନସଭା ନିର୍ବାଚନମଣ୍ତଳୀରେ ୨୦୧୯ରେ ୬୫.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତଥର ଏହା ୬୩.୬୭ ପ୍ରତିଶତକୁ ହ୍ରାସ ପାଇଛି। ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀରେ ୨୦୧୯ରେ ୭୦.୨୯ ପ୍ରତିଶତ ମତଦାନ ହୋଇଥିଲା। ଚଳିତଥର ଏହା ୬୬.୩୩ ପ୍ରତିଶତକୁ ହ୍ରାସ ପାଇଛି। ମହାକାଳପଡା ବିଧାନସଭା ନିର୍ବାଚନମଣ୍ତଳୀରେ ୨୦୧୯ରେ ୭୫.୯୩ ପ୍ରତିଶତ ଓ ଚଳିତ ଥର ୭୫.୩୨ ପ୍ରତିଶତ ମତଦାନ ହୋଇଛି। ଅବଶ୍ୟ ପୋଷ୍ଟାଲ୍ ଭୋଟିଂ ରିପୋର୍ଟ ଆସିବା ପରେ ମହାକାଳପଡା ବିଧାନସଭା ନିର୍ବାଚନମଣ୍ତଳୀରେ ଭୋଟହାର ୨୦୧୯ ସହ ସମାନ ରହିପାରେ। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଆଳି ନିର୍ବାଚନମଣ୍ତଳୀରେ ସବୁଠୁ କମ୍ ୬୩.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାକାଳପଡାରେ ସର୍ବାଧିକ ୭୫.୩୨ ପ୍ରତିଶତ ମତଦାନ ହୋଇଛି।
[ad_2]