ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଆଜି ଏହି ସବୁ ବଡ଼ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ୍ ୨୬ (ଶୁକ୍ରବାର) ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ। ତେବେ ଆଜିର ପର୍ଯ୍ୟାୟରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା ହେବ।

Sambad is now on WhatsApp
Join and get latest news updates delivered to you via WhatsApp
ବିଶଷ୍ଟ ଅଭିନେତ୍ରୀ-ରାଜନେତ୍ରୀ ହେମା ମାଳିନୀ ଦୁଇ ଦଶନ୍ଧି ଧରି ରାଜନୀତିରେ ରହି ଉଭୟ ଲୋକସଭା ତଥା ରାଜ୍ୟସଭାରେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି। ସେ ୨୦୧୪ ମସିହାରୁ ଲୋକସଭାରେ ମଥୁରା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ନିଜକୁ ଭଗବାନ କୃଷ୍ଣଙ୍କର ଜଣେ ଭକ୍ତ ଭାବରେ ବର୍ଣ୍ଣନା କରିଛନ୍ତି, ଯିଏକି କୃଷ୍ଟଙ୍କ ଜନ୍ମସ୍ଥାନ ଭାବରେ ଜଣାଶୁଣା ମଥୁରାର ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି।
ବିରୋଧୀ ଦଳର ସବୁଠାରୁ ପ୍ରତିଷ୍ଠିତ ଚେହେରା ରାହୁଲ ଗାନ୍ଧୀ ହେଉଛନ୍ତି ଏକମାତ୍ର ଗାନ୍ଧୀ ପରିବାର ସଦସ୍ୟ ଯିଏ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ର ଏବଂ ସିପିଏମର ଆନି ରାଜାଙ୍କ ବିରୋଧରେ ତାଙ୍କ ୱାୟାନଡ ଆସନ ରକ୍ଷା କରିବାକୁ ଚେଷ୍ଟା କରିବେ। ପର୍ଯ୍ୟାୟ ୫ (ମେ ୨୦) ରେ ହେବାକୁ ଥିବା ଆମେଥୀ ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ ଏଯାଏ ଜଣାପଡ଼ିନି।
ଥିରୁଅନନ୍ତପୁରମର ତିନିଥର ସାଂସଦ ହୋଇ ସାରିଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଜଣେ ପୂର୍ବତନ କୂଟନୀତିଜ୍ଞ। ଯିଏକି ତାଙ୍କର କଥା ଏବଂ ବିତର୍କ ଶୈଳୀ ପାଇଁ ବେଶ୍ ଜଣାଶୁଣା। ଏହି ନିର୍ବାଚନରେ ମଧ୍ୟ ସେ ଥିରୁଅନନ୍ତପୁରମରୁ ପ୍ରତିଦ୍ବନ୍ଦିତା କରୁଛନ୍ତି।
ରାମନନ୍ଦ ସାଗରଙ୍କ ‘ରାମାୟଣ’ରେ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅରୁଣ ଗୋଭିଲ ଜନତାଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ପାଇ ସାରିଛନ୍ତ। ଏଥର ବିଜେପି ତାଙ୍କୁ ନିଜ ସହର ମେରଟରୁ ଛିଡ଼ା କରାଇଛି।
[ad_2]