ରାଜନୀତି

ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ, ରାହୁଲ ଗାନ୍ଧୀଙ୍କ ସମେତ ୨୦ ଜଣ ଷ୍ଟାର ପ୍ରଚାରକ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। କଂଗ୍ରେସ ଏହି ୨୦ ଜଣିଆ ତାଲିକାରେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତାଙ୍କୁ ସାମିଲ କରିଛି।

ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିୟଙ୍କା ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଚିନ ପାଇଲଟ ଓ ଅଳକା ଲମ୍ବା ରହିଛନ୍ତି।

ସେହିପରି କଂଗ୍ରେସ ଏହି ତାଲିକାରେ କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଗିରିଧର ଗମାଙ୍ଗ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ନିରଂଜନ ପଟ୍ଟନାୟକ, କିଶୋର ପଟେଲଙ୍କୁ ସାମିଲ କରିଛି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ପୂର୍ବରୁ ପ୍ରଚାର ତାଲିକା ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button