ରାଜନୀତି

ମୋଦୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି କୁମାରସ୍ୱାମୀ – Kalinga News

[ad_1]

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର ନେତା ଏଚ୍‌ ଡି କୁମାରସ୍ୱାମୀ ରବିବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ବିଭାଗ ବଣ୍ଟନ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇ ନଥିବା ବେଳେ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଦୁଇଟି ଆସନ ଜିତିଥିବା ଜେଡିଏସ୍‌ କୃଷି ମନ୍ତ୍ରାଳୟ ପ୍ରତି ଆଗ୍ରହ ପ୍ରକାଶ କରିଛି।

ଶପଥ ଗ୍ରହଣ ସମାରୋହ ପାଇଁ କୁମାରସ୍ୱାମୀଙ୍କୁ ନିମନ୍ତ୍ରଣ ମିଳିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଜେଡିଏସ୍‌ ସୁପ୍ରିମୋ ଏଚ୍‌ ଡି ଦେବଗୌଡ଼ାଙ୍କ ନୂଆଦିଲ୍ଲୀର ୫ ସଫଦରଜଙ୍ଗ ଲେନ୍‌ ସ୍ଥିତ ବାସଭବନରେ ଏହି ଅବସରରେ ପ୍ରସ୍ତୁତି ଚାଲିଛି।

କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ନେବେ ମୋଦୀ।

କୁମାରସ୍ୱାମୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବା ଘଟଣା ଦକ୍ଷିଣ ରାଜ୍ୟ, ବିଶେଷକରି କର୍ଣ୍ଣାଟକରେ ନିଜର ପାଦ ମଜବୁତ କରିବା ପାଇଁ ବିଜେପିର ଏକ ରଣନୀତିକ ପଦକ୍ଷେପ ଭାବରେ ବିବେଚନ କରାଯାଉଛି, ଯେଉଁଠାରେ ଜେଡିଏସ୍‌ ବିଶେଷ କରି ଭୋକାଲିଗା ସମ୍ପ୍ରଦାୟ ଅଧ୍ୟୁଷିତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button