ରାଜନୀତି

ମେହବୁବା ମୁଫ୍‌ତିଙ୍କ ବିରୋଧରେ ମାମଲା ରୁଜୁ – Kalinga News

[ad_1]

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ବିରୋଧରେ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ବୁଧବାର, ରାଜ୍ୟ ନିର୍ବାଚନ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅନନ୍ତନାଗ ଜିଲ୍ଲାର ବିଜବେହେରା ଠାରେ ୧୪୪ ଧାରାର ଉଲ୍ଲଂଘନ କରି ମେହବୁବା ଓ ତାଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ। ଏଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାର ପ୍ରତିକ୍ରିୟାରେ ମେହବୁବା କହିଛନ୍ତି, ତାଙ୍କ ବିରୋଧରେ ଏହା ଏକ ‘ହାସ୍ୟାସ୍ପଦ’ ପଦକ୍ଷେପ । ପିଡିପି ସତ୍ୟ କହିବାରୁ ଏଭଳି ସ୍ଥିତି ସାମ୍ନା କରୁଛି। ପୁଲିସ୍, ପୋଲିଂ ଏଜେଣ୍ଟ ଓ ସ୍ଥାନୀୟ ପ୍ରଶାସନ ମିଳିମିଶି ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button