କ୍ଷମତାର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ: ଭର୍ତ୍ତୃହରି – Kalinga News

[ad_1]
ବିଜେଡି ପାଇଁ କାମ କରୁଥିବାରୁ କୁଟ୍ଟେ ଓ ଆଶିଷ ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି: ସମୀର
ଭୁବନେଶ୍ୱର: ଗତକାଲି ନିର୍ବାଚନ କମିସନ ଦୁଇ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗତ ୩୦ବର୍ଷ ଭିତରେ ଅନ୍ୟ କେଉଁ ରାଜ୍ୟରେ ସେଭଳି ନିଆଯାଇନାହିଁ। ଏଥିରୁ ସ୍ପଷ୍ଟ ଯେ ନିର୍ବାଚନ କମିସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଜେପି ସରକାର ଆସିଲେ ଯେଉଁ ଅଧିକାରୀମାନେ ଶାସନ କ୍ଷେତ୍ରରେ ରହି କ୍ଷମତାର ଦୂରୁପଯୋଗ ଓ ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। କେତେଜଣ ଅଧିକାରୀ ଆସନ ମାଡ଼ି ବସି ଓଡ଼ିଶା ଲୋକଙ୍କୁ ହଇରାଣ ହରକତ କରିବା ସହ କଲବଲ, ମର୍ଯ୍ୟାଦାହାନୀ ଓ ଉତ୍ପୀଡ଼ନ କରିଛନ୍ତି। ବିଜେପି ସରକାରକୁ ଆସିଲେ ଏ ସମସ୍ତଙ୍କ ବିରୋଧରେ ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସରକାରୀ ଅଧିକାରୀମାନେ ଦଳ ପାଇଁ କାର୍ଯ୍ୟ ନକରି ସରକାରୀ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ବୋଲି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ଶ୍ରୀ ମହତାବ କହିଛନ୍ତି, ଆଦିବାସୀମାନେ ଅଣଆଦିବାସୀଙ୍କୁ ଜମି ବିକ୍ରି କରିପାରିବେ ବୋଲି ଓଡ଼ିଶା କ୍ୟାବିନେଟ୍ରେ ଏକ ନିଷ୍ପତ୍ତି ହୋଇଥିଲା। ତେବେ କେଉଁ ପରିପ୍ରେକ୍ଷୀରେ ବିଜେଡି ସରକାର ଏହି ନିଷ୍ପତି ନେଇଥିଲା ଏବଂ ତାହା ପଛରେ କେଉଁ ମନ୍ଦ ଉଦ୍ଦେଶ୍ୟ ଥିଲା ତାହା ଓଡ଼ିଶାବାସୀ ଜାଣିବା ଆବଶ୍ୟକ। ବିଜେଡି ସରକାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କି ପ୍ରକାର କାନ୍ଦୁଥିଲେ ସେ ବିଷୟରେ ଓଡ଼ିଶାର ଆଦିବାସୀଙ୍କୁ ଅଛପା ନାହିଁ। ଏନେଇ କେତେଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମୁଁ ନିଜେ କଥା ହୋଇଥିଲି। କ୍ୟାବିନେଟ୍ ସାମ୍ନାରେ ଚିଠା ଆଗତ ବେଳେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ ଉଠିନଥିଲା। ହଠାତ୍ ସ୍ପେଶାଲ ମେମୋରାଣ୍ଡମ୍ ଭାବେ ଏହା ସାମ୍ନାକୁ ଆସିଲା। କ୍ୟାବିନେଟ୍ ସରିଲା ବେଳକୁ ଏହା ଅନୁମୋଦନ ହୋଇଛି ବୋଲି ଘୋଷଣା କରାଗଲା, ମାତ୍ର ଏହାକୁ ବିରୋଧ କରିବାରୁ ତାହା ଏପର୍ଯ୍ୟନ୍ତ ସ୍ଥଗିତ ରହିଛି। କ୍ୟାବିନେଟ୍ ଓ ସରକାର କାର୍ଯ୍ୟ କିଭଳି ଚାଲିଛି ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ସେ କହିଛନ୍ତି। ଏହାସହ ସେ କହିଛନ୍ତି, ନବୀନ ବାବୁ ପ୍ରଚାର କରୁଛନ୍ତି ଯେ ସେ କୁଆଡ଼େ ଶିକ୍ଷାର ଉନ୍ନତି କରୁଛନ୍ତି। କିନ୍ତୁ ନବୀନ ବାବୁ କହିପାରିବେନି ଓଡ଼ିଶାରେ କେତେ ଶିକ୍ଷକ ପଦବି ଓ ସରକାରୀ ପଦବି ଖାଲି ପଡ଼ିଛି। ବିଜେପି ପକ୍ଷରୁ ‘ନିଯୁକ୍ତି ମେଳା’ କରି ଯୁବକଙ୍କୁ ନିଯୁକ୍ତି ଦିଆଯାଉଛି। କିନ୍ତୁ ସତ କଥା ହେଉଛି ଓଡ଼ିଶାରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ ପାଇଁ କୌଣସି ପକ୍ରିୟା ହେଉନାହିଁ। ବିଜେପି କ୍ଷମତାକୁ ଆସିଲେ ମୂର୍ମୁଷ ଅବସ୍ଥାରେ ଥିବା ଓପିଏସ୍ସିକୁ ସଂଶୋଧନ କରାଯିବ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଶାସକ ବିଜେଡି ପାଇଁ କାମ କରୁଥିବାରୁ ବରିଷ୍ଠ ଆଇପିଏସ୍ ଡି.ଏସ୍ କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂହଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ଯେ, ଏହି ଦୁଇ ଅଧିକାରୀ କିଏ? ଡି.ଏସ୍ କୁଟ୍ଟେ କେଉଁଠି ବସି କାହାର ନିଯୁକ୍ତି ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି। ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ୍ ଓ ହୁଗୁଳା କରାଯିବ, କେଉଁ ପୁଲିସ ଷ୍ଟେସନର ଏଏସ୍ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସପାଲଟି ଓ ସହରାଞ୍ଚଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, କେଉଁ ଥାନା ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ ଡି.ଏସ୍ କୁଟ୍ଟେ ନିଷ୍ପତ୍ତି ନେଉଥିଲେ। ଗଞ୍ଜାମ ଜିଲ୍ଲାର ରାଜନୀତି ସହିତ ଆଶିଷ ସିଂହଙ୍କର କ’ଣ ସମ୍ପର୍କ ଏକଥା ବିଜେଡି ଓ କଂଗ୍ରେସ ଦଳ ଜାଣିଛି। ଆଜି ଯିଏ ଶ୍ରୀ ସିଂହଙ୍କୁ ସାର୍ଟିଫିକେଟ୍ ଦେବାକୁ ବସିଛନ୍ତି ସେ ପ୍ରଶାସନିକ ଅଧିକାରୀ ଥିବାବେଳେ ମସୁରୀ ଟ୍ରେନିଂ ବେଳେ କ’ଣ ଶପଥ ନେଇଥିଲେ ସେ ଜାଣିଛନ୍ତି। ସମ ପ୍ରକୃତିର ଲୋକ ନିଶ୍ଚିତ ମିଶିକି ରହିବେ। ଓଡ଼ିଶାର ସାଧାରଣ ଜନତା ତଥା ଟିକସ୍ ଦାତାଙ୍କର ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିସନଙ୍କୁ ପୂର୍ବରୁ ଅବଗତ କରିଥିଲା। ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।
[ad_2]